କରୋନା ପରୀକ୍ଷା ପାଇଁ ସ୍କ୍ୱାବ ସଂଗ୍ରହ ଶିବିର
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଶ୍ୟାମସୁନ୍ଦରପୁର ହାଇସ୍କୁଲ ପରିସରରେ କୋଭିଡ -୧୯ ଅନ୍ତର୍ଗତ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ ହେବା ଓ ନିଜଠାରେ ସେହି ଭୂତାଣୁ ସଂକ୍ରମିତ ହୋଇଛିକି ନାହିଁ ତାହା ଜାଣିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣା ସ୍କ୍ୱାବ ସଂଗ୍ରହ ଶିବିର ଅନୁଷ୍ଠିତ ହୋଇଯାଇଛି । ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ଶ୍ରୀକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସ୍କ୍ୱାବ ସଂଗ୍ରହ ଶିବିରରେ ଅଣୁଜୀବ ବିଶେଷଜ୍ଞ ସୁଶାନ୍ତ ପଟ୍ଟନାୟକ, ଇନ୍ଦୁପୁର ପିଏଚଇଓ ଜୟନ୍ତ ରାଉତରାୟ, ଡିଇଓ ଜଗନ୍ନାଥ ରାଉତ, ମହିଳା ସ୍ୱାସ୍ଥ୍ୟକର୍ମୀ ଚିନ୍ମୟୀ ସେନାପତି, ପୁରୁଷ ସ୍ୱାସ୍ଥ୍ୟକର୍ମୀ ପତିତପାବନ ଲେଙ୍କାଙ୍କ ସମେତ ଏକ ମେଡିକାଲ ଟିମ ଯୋଗଦେଇ ପଞ୍ଜିକୃତ ୨୭୧ଜଣ ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତର ଜଣ ସାଧାରଣ ଲୋକଙ୍କ ଠାରୁ ସ୍କ୍ୱାବ ସଂଗ୍ରହ କରିଥିଲେ । ଏହି ସଂଗୃହିତ ସ୍କ୍ୱାବ ଗୁଡିକୁ ପରୀକ୍ଷା ପାଇଁ ଭୂବନେଶ୍ୱରକୁ ପଠାଯିବ ବୋଲି ଡା. ସ୍ୱାଇଁ ସୂଚନା ଦେଇଛନ୍ତି । ଏହି ଶିବିରରେ ଆଶାକର୍ମୀ, ଅଙ୍ଗନୱାର୍ଡିକର୍ମୀ, ଶିକ୍ଷକ, ଶିକ୍ଷୟତ୍ରୀ, ସ୍ୱେଛାସେବୀ , ଶ୍ୟାମସୁନ୍ଦରପୁର ପଂଚାୟତ ସରପଂଚ ପୁଷ୍ପଲତା ସେନାପତି, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ଯୁବନେତା ବିଦ୍ୟୁତ ସେନାପତି ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।


