କରୋନା ପାଇଁ ସଚେତନ ନାଉଗାଁ ବ୍ଳକର ବିଭିନ୍ନ ଗ୍ରାମର ମୁଖ୍ୟ ରାସ୍ତାରେ ଯୁବକ ସଂଘ ଓ ଗ୍ରାମବାସୀ କଲେ ପ୍ରବେଶ ନିଷେଧ
ନାଉଗାଁ:ରାଜ୍ୟରେ ୩ ୟ କରୋନା ପଜିଟିଭି ଚିହ୍ନଟ ହେବା ପରେ ନାଉଗାଁ ବ୍ଳକର ବିଭିନ୍ନ ଗ୍ରାମରେ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି । ଏପରିକି ନିଜ ଗାଁକୁ ଏହି ମହାମାରୀ ଭୁତାଣୁ କବଳରୁ ରକ୍ଷା କରିବା ପାଇଁ କିଏ ଗ୍ରାମ ଦେବତୀଙ୍କ ନିକଟରେ ପୂଜା ପ୍ରାର୍ଥନା କରୁଛନ୍ତି ତ କେହି ନିଜ ଗ୍ରାମର ପ୍ରବେଶ ପଥକୁ ବାଉଁଶ ଓ ଦଉଡି ସାହାଯ୍ୟରେ ବନ୍ଦ କରିଥିବା ଦେଖିବାକୁ ମିଳିଛି । ବ୍ଳକର ତିରୁଣା ପଂଚାୟତର ତିରୁଣା ଗ୍ରାମର ଇନ୍ଦିରା ସ୍ମାରକୀ ଯୁବକ ସଂଘ, ଦହିପାଳର ଉଦ୍ୟମୀ ଯୁବକ, ଜାମୁଗାଁ ପଂଚାୟତର ନନ୍ଦିଗ୍ରାମର ନନ୍ଦ କିଶୋର ୟୁଥ କ୍ଳବ ସମେତ ଗ୍ରାମବାସୀ, ଘୋଡାଂଶ ଯୁବକ ସଂଘ,ବେଣାପଡା ଯୁବକ ସଂଘ ପକ୍ଷରୁ ନିଜ ନିଜ ଗ୍ରାମର ପ୍ରବେଶ ପଥକୁ ବନ୍ଦ କରି ଦେଇଛନ୍ତି । କେହି ବ୍ୟକ୍ତି ଏହି ବାଟ ଦେଇ ଯିବା ସମୟରେ ସାବୁନରେ ହାତ ଧୋଇ ଗ୍ରାମ ମଧ୍ୟକୁ ପ୍ରବେଶ କରିବାକୁ ନିର୍ଦ୍ଦେଶ ରହିଛି । ସେହିପରି କରୋନା ଭୁତାଣୁ ଠାରୁ କିପରି ଦୁରେଇ ରହିବେ ସେ ସଂକ୍ରାନ୍ତରେ ଅନେକ ଯୁବକ ସଂଘ ପକ୍ଷରୁ ସଚେତନ କରାଯାଇଛି ।