ନାଉଗାଁରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଘୋଡ଼ାଂଶ ପଞ୍ଚାୟତ କାର୍ୟ୍ୟାଳୟରେ ଏମବିକେ ବିଜୟୀଲକ୍ଷ୍ମୀ ମହାନ୍ତିଙ୍କ ସଭାପତିତ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ଜ୍ଝ ଏହି କାର୍ୟ୍ୟକ୍ରମରେ ନିଜକୁ ସ୍ୱାବଲମ୍ବୀ କରିଥିବା ମାନସୀ କାନୁନଗୋ, ଲିଜାରାଣୀ ରାଉଳ, ଅନୁପମା ଭୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇ ପୁରସ୍କୃତ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ପଞ୍ଚାୟତସ୍ତରୀୟ ସଙ୍ଘର ସଭାନେତ୍ରୀ ଉଜଳି ମାଳତୀ , ସଂପାଦିକା ମମତା ରାଉତ , ଉପସଭାନେତ୍ରୀ ସବିତା କୁମାରୀ ମହାନ୍ତି , ସିଆରପି ଦିଦି , ଏସଏଚଜି ମହିଳାମାନେ ଯୋଗ ଦେଇଥିଲେ।


