କରୋନା ବିପଦ : ବର୍ଷକ ପୂର୍ବରୁ ମାୟାଧରଙ୍କ ଚେତନାଗ୍ରନ୍ଥ

କରୋନା କୋକୁଆ ଭୟରେ ସମଗ୍ର ବିଶ୍ୱବାସୀ ଆତଙ୍କିତ । ଏହି ସମୟରେ ମାୟାଧର ନାୟକଙ୍କ ଦ୍ୱାରା ବର୍ଷକ ପୂର୍ବରୁ ପ୍ରଣିତ ‘ନବମାନବ ଇସ୍ତାହାର’ ଶିର୍ଷକ ଚେତନାଗ୍ରନ୍ଥରେ ଏହିଭଳି ଏକ ଅକାଳ ଭବିଷ୍ୟତର ଆଭାସଚିତ୍ର ଜନଗଣଙ୍କ ଅବଗତି ନିମନ୍ତେ ଅଙ୍କିତ ହୋଇସାରିଛି । ଏହି ଚେତନାଗ୍ରନ୍ଥରେ ଯାହା ସର୍ବାଧିକ ଜରୁରୀ ଭବିଷ୍ୟତ ବାଣୀ ତାହା ସୂଚେଇ ଦେବା ସଂଗେ ସଂଗେ ଏକ ବ୍ୟାଧିମୁକ୍ତ ଓ କ୍ଷୁଧାମୁକ୍ତ ବିଶ୍ୱର ଭିତିଭୂମି ନିର୍ମାଣ ଦିଗରେ ନୂଆପୀଢିପ୍ରତି ପୃଷ୍ଠାରେ ପୃଷ୍ଠାରେ ଭରି ରହିଛି ମାର୍ମିକ ନିବେଦନ । “ଯେଉଁଠି ରୋଗ ଆଉ ଭୋକ ନଥିବ ସେଇଭଳି ପୃଥିବୀ ଚାହେ । ରୋଗ, ଭୋକ ଏ ଧରଣୀବକ୍ଷରୁ ପୋଛି ଦେବାକୁ ଚାହେଁ । ଆମ ପ୍ରିୟ ବିଶ୍ୱର ବିଜ୍ଞାନ ଏଯାବତ୍ ସେଇଭିଳି ପରମାଣୁ ବୋମା ତିଆରି କରିପାରିନି, ଯାହା ଏଇ ଦୁଇ ଛୋଟ ଅଥଚ ସବୁଠୁ ସାଙ୍ଘାତିକ ଶଦ୍ଦ ଭୋକ ଓ ରୋଗକୁ ମଣିଷ ଜାତିର ଅବିଧାନରୁ ମୂଳପୋଛ କରି ଦେଇ ପାରିବ ।”

ସେ ସମୟରେ ଏହି ନିବେଦନ ଆମ୍ଭମାନଙ୍କର ଏହି ଉତ୍କଟ ବ୍ୟାଧି ପ୍ରପିଡିତ କ୍ଷୁଧାକ୍ତ ବିଶ୍ୱର ଆଶୁ ପରିର୍ତାଣ ଲକ୍ଷ୍ୟରେ ଯେଉଁ ନବମାନବର ସାହାସିକ ସାଧାନାର ଉଜ୍ଜ୍ୱଳ ସମ୍ଭାବନମୟ ଦିଗ ନିର୍ଦ୍ଦେଶ କରାଯାଇଅଛି- ତାହା ଏଇଭଳି ଏକ ଘଡିସନ୍ଧି ସମୟରେ ସମସ୍ତଙ୍କୁ ସଜାଗ କରାଇ ଦେବାଭଳି ଯେ- ଏକ ଅପରିହାର୍ଯ୍ୟ ସତ୍ୟ ଆଧାରିତ ତତ୍ୱ- ଏହା ନିସଂନ୍ଦେହ ।

ସଂପ୍ରତି ବୁଦ୍ଧିଜୀବୀ ମାନଙ୍କର ମିଳିତ ପରାମର୍ଶକ୍ରମେ ଏହି ଚେତନାଗ୍ରନ୍ଥର ବାର୍ତା କେବଳ ଓଡିଶାର ଘରେ ଘରେ ପଠିତ ହୋଇ ପ୍ରସାର ଲାଭ କରିବା ସହିତ ଏହାକୁ ହିନ୍ଦୀ ଓ ଇଂରାଜୀ ଭାଷାରେ ଅନୁଦିତ କରାଇ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଏକ ସଂକଟମୋଚନକାରୀ ସମାଧାନ ସୂତ୍ରରେ ନିରନ୍ନ ଓ ବିପର୍ଣ୍ଣ ଜନଗଣଙ୍କୁ ଭୟମୁକ୍ତିର ତାରିଖରେ ପହଂଚାଇ ଦେବାର ସମୟ ଆସିଯାଇଛି । ଏହି ‘ନବମାନବ ଇସ୍ତାହାର’ ପ୍ରଣେତା ଏହି ଚେତନାଗ୍ରନ୍ଥର ସାମାଜିକ ଆବଂଟନ ଦିଗରେ ନିଜର ଆନ୍ତରିକ ସମ୍ମତି ଘୋଷଣା କରିଛନ୍ତି ।

ଓଡିଶାର ଯେଉଁଠି ଯେତେ ଆଗ୍ରହି ଯୁବ ସମାଜସେବୀଗଣ ଅଛନ୍ତି, ସେମାନେ ଏହି ଶୁଭସଂକଳ୍ପରେ ବ୍ରତୀ ହୋଇ ଶ୍ରୀ ନାୟକଙ୍କ ସହିତ ପ୍ରତ୍ୟେକ୍ଷ ଯୋଗାଯୋଗ କରିବାରେ ବାଧା ନାହିଁ । ଅନୂନ୍ୟ ସତୁରୀ ହଜାର ‘ନବମାନବ ଇସ୍ତାହାର’ ଗ୍ରନ୍ଥ ଏହି ମାନବିକ ମହାଯଜ୍ଞରେ ସମିଧ ରୂପେ ବ୍ୟବହୃତ ହେବା ଅପେକ୍ଷାରେ ମହଜୁଦ୍ ରହିଛି । ରାଜ୍ୟ ସରକାର ଓ ଆଗ୍ରହୀ ଯୁବ ସମାଜସେବୀ ଭାଇମାନେ ଏହି ଠିକଣାରେ ଯୋଗାଯୋଗ କରିପାରନ୍ତି ।

ମାୟାଧର ନାୟକ,

ଯାଜପୁର ରୋଡ, ଯାଜପୁର – ୭୫୫୦୧୯,
ମୋ : ୯୮୬୧୦୩୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ