କରୋନା ଭାଇରସ ସଂକ୍ରମଣ ରୋକିବା ପରି ପ୍ରେକ୍ଷ୍ରୀରେ ସାଧାରଣ ବଂଟନ ବ୍ୟବସ୍ଥାର ସୁପରିଚାଳନା ପାଇଁ ବିଭାଗର ପ୍ରସ୍ତୁତି

କେନ୍ଦ୍ରାପଡା :ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆସନ୍ତା ଅପ୍ରେଲ, ମଇ ଓ ଜୁନ ମାସ ନିମନ୍ତେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ -୨୦୧୩ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନୁଯାଇ ଜିଲ୍ଲାର ତାଲିକାଭୁକ୍ତ ହିତାଧିକାରୀମାନଙ୍କୁ ଚାଉଳ,ଗହମ ଓ କିରୋସିନ ତେଲ ଆସନ୍ତା ଅପ୍ରେଲ ପହିଲା ଠାରୁ ମଇମାସ ୧୫ତାରିଖ ମଧ୍ୟରେ ଯୋଗାଇ ଦିଆଯିବାକୁ ନିଷ୍ପତି ନିଆଯାଇଛି । କରୋନା ଭାଇରସର ବ୍ୟାପ୍ତିକୁ ରୋକିବା ନିମନ୍ତେ ସୁଲଭ ମୁଲ୍ୟ ଦୋକାନ ଗୁଡିକରେ ଜନଗହଳି ବିନା ହିତାଧିକାରୀମାନେ ଯେପରି ସେମାନଙ୍କର ରେସନ ସାମଗ୍ରୀ ଓ କିରୋସିନ ତେଲ ଉଠାଇପାରିବେ ସେଥିପାଇଁ ୪୫ଦିନ ସମୟ ପ୍ରଦାନ କରାଯାଇଛି । କରୋନା ଭାଇରସ ଏକ ସଂକ୍ରାମକ ଭାଇରସ ହୋଇଥିବାରୁ ରୋଗୀର ସଂସ୍ପର୍ଶରେ ଆସିଲେ ସୁସ୍ଥ ଲୋକକୁ ଏହା ସଂକ୍ରମିତ ହୋଇଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ସାଧାରଣ ବଂଟନ ବ୍ୟବସ୍ଥାରେ ଇ-ପସ ମେସିନ ଜରିଆରେ ରେସନ ସାମଗ୍ରୀ ବଂଟନ ସମୟରେ ହିତାଧିକାରୀଙ୍କ ଟିପଚିହ୍ନ କିମ୍ବା ଚକ୍ଷୁ ଡୋଳା ତନଖିର ଆବଶ୍ୟକତାକୁ ବାଦ ଦିଆଯାଇଛି । ଏ ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିବା ବେସାମରିକ ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ