କରୋନା ଭୟ, ଗାଁ ଗାଁରେ ସୀମା ସିଲ,

ହାଟଡ଼ିହି (ସୌମ୍ୟ ରଞ୍ଚନ ଆଚାର୍ଯ୍ୟ) : ଗତକାଲି ରାଜ୍ୟର ୪ର୍ଥ କରୋନା ପଜେଟିଭ ଆକ୍ରାନ୍ତ ଭଦ୍ରକର ବୋଲି ଜଣାପଡିବାପରେ ହାଟଡିହି ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି । ହାଟଡିହି ଅଞ୍ଚଳର ଲୋକମାନଙ୍କର କାରବାର ଭଦ୍ରକ ସହିତ ଥିବାରୁ କାଳେ ଏହା ଆମ ଅଞ୍ଚଳକୁ ବ୍ୟାପିଯିବ ସେଥିପାଇଁ ଆଜି ଅନେକ ଗାଁକୁ ଗାଁ ଲୋକମାନେ ସିଲ କରିଦେଇଛନ୍ତି । ଗାଁ ଭିତରକୁ ବାହାର ଲୋକଙ୍କୁ ପୁରାଇ ଦିଆଯାଉ ନଥିବାବେଳେ ଆନାବଶ୍ୟକ ସ୍ଥଳେ ଗ୍ରାମ ଲୋକମାନେ ବାହାରକୁ ବାହାରକୁ ଯାଆନ୍ତୁ ନାହିଁଁ ବୋଲି ଲୋକଙ୍କୁ ସଚେତନ କରାଉଛନ୍ତି । ବ୍ଲକର ପ୍ରାୟ ଼ଶହେରୁ ଉର୍ଦ୍ଧ ଗାଁକୁ ଗ୍ରାମବାସୀମାନେ ବାଡଦେଇ ସିଲ କରିଛନ୍ତି । ଆଜି ବରଗଡିଆ ଗ୍ରାମର ରାଜା ରାଉତ, ସୁଦାମ ରାଉତ, ମାନସ ସ୍ୱାଇଁ, ଅଭୟ ରାଉତ, ନଳିନି ପରିଡା, ଟିକନ ଜେନା, ନାରାୟଣ ସ୍ୱାଇଁ ପ୍ରମୁଖ ଯୁବକମାନେ ଗାଁ ଲୋକଙ୍କ ପରାମର୍ଶ କ୍ରମେ ଗାଁ ରାସ୍ତାକୁ ବାଉଁଶ ବାନ୍ଧି ସିଲ କରିଛନ୍ତି । ସେହିପରି ଶାସଙ୍ଗ ଗ୍ରାମର କିଛି ଯୁବକ ଶାସଙ୍ଗ ଗାଁ ରାସ୍ତାକୁ ବାଉଁଶ ବାନ୍ଧି ସିଲ କରିଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ