କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : ରବିବାର ମୁସଲମାନମାନଙ୍କର ମହରମ ପର୍ବ ପାଳନ ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପର୍ବକୁ ସର୍ବସାଧାରଣରେ ପାଳନ କରାଯାଇପାରିବ ନାହିଁ କିମ୍ବା କୈାଣସି ଶୋଭାଯାତ୍ରା ବାହାର କରାଯାଇପାରିବ ନାହିଁ । ସମସ୍ତେ ନିଜ ନିଜ ଗୃହରେ ସାମାଜିକ ଦ୍ୱରତା ଓ ବ୍ୟକ୍ତଗତ ସ୍ୱାସ୍ଥ୍ୟରକ୍ଷା କରି ଏହି ପର୍ବକୁ ପାଳନ କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦେଶନାମା ଜାରି କରିଛନ୍ତି । ସାମ୍ପ୍ରତିକ ବନ୍ୟା ପରିସ୍ଥିତି ଯୋଗୁଁ ଚଳିତମାସର ଶନିବାର ଓ ରବିବାର ସାପ୍ତାହିକ ସଟଡାଉନକୁ ଉଠାଇ ଦିଆଯାଇଛି । ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସୁଯୋଗ ଦିଆଯିବାକୁ ଏହି ସଟଡାଉନ ଉଠାଇ ଦିଆଗଲା ବୋଲି ଜିଲ୍ଲାପାଳ ଟୁଇଟ କରି ଜଣାଇଛନ୍ତି । ମହାମାରୀ କରୋନାର ପ୍ରତିରୋଧ ତଥା ଜାତୀୟ ବିପତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଜାରି ରହିଛି । କେନ୍ଦ୍ରାପଡା ଜିଲ୍ଲାରେ ଆଜି ୭୭ ଜଣ କରୋନା ସଂକମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆଜିସୁଧା ଜିଲ୍ଲାରେ ମୋଟ ୧୫୮୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୯୫୫ଜଣ ସୁସ୍ଥ ହୋଇଥିବା ବେଳେ ୬୨୩ଜଣ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ବାହାର ରାଜ୍ୟମାନଙ୍କରୁ ଆସୁଥିବା ପ୍ରବାସୀମାନଙ୍କୁ କରୋନା ପ୍ରତିରୋଧ ପାଇଁ ପ୍ରଶାସନିକ ତତ୍ୱାବଧାନରେ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯାଉଛି । ଆଜି ସୁଦ୍ଧା ରାଜ୍ୟ ବାହାରୁ ୫୫ହଜାର ୦୨୧ ଜଣ ପ୍ରବାସୀ ଆସିଛନ୍ତି । ଆଜି ଆସିଥିବା ୫୯୫ ଜଣଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ଶୁନ, ପଟ୍ଟାମୁଣ୍ଡାଇ ବ୍ଲକର ଶୁନ , ମହାକାଳପଡା ବ୍ଲକର ୨, କେନ୍ଦ୍ରାପଡା ପୈାରାଚଂଳ ଶୁନ, ପଟ୍ଟାମୁଣ୍ଡାଇ ପୈାରାଂଚଳ ଶୁନ, ମାର୍ଶାଘାଇ ବ୍ଲକର ୨, ରାଜନଗର ବ୍ଲକର ୭, ରାଜକନିକା ବ୍ଲକର ଶୁନ, ଆଳି ବ୍ଲକର ୫୮୦, ଡେରାବିଶି ବ୍ଲକର ଶୁନ ଓ ଗରଦପୁର ବ୍ଲକର ୪ ଜଣ ଅଛନ୍ତି । ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସାମାଜିକ ଦ୍ୱରତା ରକ୍ଷା କରି ବ୍ୟବସାୟ କରିବାକୁ ନିର୍ଦେଶ ଦିଆଯାଇଛି । ଜିଲ୍ଲାପାଳ ଶ୍ରୀ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ଫୋନ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି ।