କରୋନା ଯୋଦ୍ଧାଙ୍କୁ କଲ୍ୟାଣୀ ମଲ୍ଟି ପରପୋଜ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ) ; ବିଶ୍ୱ ମହାମାରି କରୋନାର ମୁକାବିଲା କରି ପଂଚାୟତକୁ ସୁରକ୍ଷା ଦେବା ପାଇଁ ପଂଚାୟତ ରୂପକ ରଥରେ ସାରଥୀ ସାଜିଛନ୍ତି ସରପଂଚ । ପ୍ରଶାସନର ନିର୍ଧାରିତ ନିୟମକୁ ମାନି ନିଜର ଦାୟୀତ୍ୱ ଆଉ କର୍ତ୍ତବ୍ୟକୁ ସଠିକ ରୂପେ ପାଳନ କରିବା ପାଇଁ ନିଜ ପରିବାର ବନ୍ଧୁବର୍ଗଙ୍କୁ ପଛରେ ପକାଇ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ପଂଚାୟତବାସୀଙ୍କୁ ଏହି ମହାମାରୀ କରୋନା କବଳରୁ ରକ୍ଷା କରିବା ପାଇଁ ଶପଥ ନେଇଛନ୍ତି ସରପଂଚ । ସରପଂଚମାନେ ଜାରି ରଖିଥିବା ଏହି ପ୍ରୟାସକୁ ସମ୍ମାନଜଣାଇଛି କଲ୍ୟାଣୀ ମଲ୍ଟି ପରପୋଜ ଚାରିଟେବୁଲ ଟ୍ରଷ୍ଟ ଅଫ ଇଣ୍ଡିଆ । କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଡାମରପୁର ପଂଚାୟତର ସରପଂଚ ନିରଞ୍ଜନ ମାଝୀ,ନୋଡାଲ ଅଧିକାରୀ ସୈାମ୍ୟରଞ୍ଜନ ବେହରୋ, ପଂଚାୟତ ନିର୍ବାହୀ ଅଧିକାରୀ ରାମକୃଷ୍ଣ ହାଲଦାର, ଆଶାକର୍ମୀ ହେମଲତା ରାୟ ଓ ଏ.ଏନ.ଏମ. ସୋନାଲିସା ମହାକୁଡଙ୍କୁ କଲ୍ୟାଣୀ ମଲ୍ଟି ପରପୋଜ ଚାରିଟେବୁଲ ଟ୍ରଷ୍ଟ ଅଫ ଇଣ୍ଡିଆ ପକ୍ଷରୁ ଅଧ୍ୟକ୍ଷ ସନ୍ତୋଷ ପୋଥାଳ,ଅମର ବିଶ୍ୱାଳ,ସମାଜସେବୀ ଅଭିମନ୍ୟୁ ରାଉତ,ଯୁବକବି ସନ୍ତୋଷ କୁମାର ପତି,ଜେନାପାଟଣା ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ରାଉତ,ସମ୍ପାଦକ ତ୍ରିଲୋଚନ ବେହେରା ପ୍ରମୁଖ ଉପସ୍ଥିତ ରହି କୋଭିଡ -୧୯ ଦେବଦୁତ ସମ୍ମାନ ଏବଂ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରିଛନ୍ତି । ଏଥିସହିତ ପଂଚାୟତକୁ କରୋନା ମହାମାରୀ କବଳରୁ ରକ୍ଷା କରିବା ପାଇଁ ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦ୍ୱରତ୍ୱ ରକ୍ଷା କରିବା, ହାତକୁ ଭଲଭାବରେ ସାବୁନରେ ଧୋଇ ସଫାକରିବା, ସାନିଟାଇଜର ବ୍ୟବହାର କରିବା ପ୍ରଭୃତି ସମ୍ପର୍କରେ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ପୋଥାଳ ପଂଚାୟତବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ ।