କରୋନା ଯୋଦ୍ଧାଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଛତ୍ରପୁର,(ଦେବଦତ୍ତ ମହାରଣା ): କରୋନା ସଂକ୍ରମଣ ଅନ୍ୟଦେଶ ତୁଳନାରେ ଭାରତ ବର୍ଷର ସ୍ଥିତି ଅନେକ ଭଲ ଅବସ୍ଥାରେ ରହିଛି । ତନ୍ମଧ୍ୟରୁ ଓଡିଶାର ସ୍ଥିତି ଅନ୍ୟ ରାଜ୍ୟ ଠାରୁ ଭଲରେ ଅଛି । ଜିଲ୍ଲାର କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା କୋଭିଡ୍ ଯୋଦ୍ଧାମାନଙ୍କର କାର୍ଯ୍ୟଧାରା ସବୁଦିନ ସକାଶେ ମନେ ରହିବ । ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ପଳରେ କୋଭିଡ୍ ଯୋଦ୍ଧାଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଲେଖାଏଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଉଛି ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଥିଲେ । ଆଜି ଛତ୍ରପୁର ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାର କରୋନା ଯୋଦ୍ଧା ପରିବାରବର୍ଗଙ୍କୁ ୫୦ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ । ପଞ୍ଚାୟତରାଜ ବିଭାଗ ଦ୍ବାରା ଧରାକୋଟ ବ୍ଲକ୍ ର ପୂର୍ବତନ କନିଷ୍ଠଯନ୍ତ୍ରୀ ସ୍ବର୍ଗତ ପି. ସୁରେଶ କୁମାରଙ୍କ ଧର୍ମପତ୍ନୀ ପି. କୁସୁମା କୁମାରୀ, ବେଲଗୁଣ୍ଠା ବ୍ଲକ୍ ର ଧୁମୁଛାଇ ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ସ୍ବର୍ଗତ ମନୋଜ କୁମାର ପ୍ରଧାନଙ୍କ ଧର୍ମପତ୍ନୀ ସୁନୀତା ପ୍ରଧାନ, ବୁଗୁଡା ବ୍ଲକ୍ ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବର୍ଗତ ଶେଷଦେବ ବେହେରାଙ୍କ ଧର୍ମପତ୍ନୀ ରଶ୍ମୀବାଳା ବେହେରା, ବେଲଗୁଣ୍ଠା ବ୍ଲକ୍ ପୂର୍ବତନ ଟେକ୍ନିସିଆନ୍ ସ୍ବର୍ଗତ ସଞ୍ଜିବ କୁମାର ସ୍ବାଇଁଙ୍କ ଧର୍ମପତ୍ନୀ ଲିଲିସ୍ବାଇଁ ଙ୍କୁ ୫୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଠାରେ ପ୍ରକାଶ ଥାଉକି ଜିଲ୍ଲାର ୨୬ଜଣ କରୋନା ଯୋଦ୍ଧା ଯେଉଁମାନେ କରୋନା କାର୍ଯ୍ୟରେ ନିୟୋଜିତ ଥାଇ ନିଜ ଜୀବନ କୁ ଉତ୍ସର୍ଗ କରିଥିଲେ ସେମାନଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା । ଏଯାବତ୍ ୨୨ଜଣ କରୋନାଯୋଦ୍ଧା ପରିବାର ବର୍ଗଙ୍କୁ ଆର୍ଥିକ ଅନୁଦାନ ଦିଆଯାଇଛି ଏବଂ ବଳକା ଥିବା ୪ ଜଣ କରୋନା ଯୋଦ୍ଧା ପରିବାରଙ୍କୁ ଆଗାମୀ ଦିନରେ ୫୦ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦିଆଯିବ | ଆଜିର ଉତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠିଆ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଅର୍ଥ ବିଭାଗ) ଲକ୍ଷ୍ମୀ ନୃସିଂହ ପାଣିଗ୍ରାହୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ