ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ବାର୍ଷିକ ଉତ୍ସବ
ଉଠା ଦୋକାନୀ ୱେଲ୍ଫେୟାର ବୋର୍ଡ଼ ଗଠନ ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ଦିଆଯିବ
ଭୁବନେଶ୍ୱର, (ୱାଇଏନ୍ଏସ୍): ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ବାର୍ଷିକ ଉତ୍ସବ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ବାସଭବନରେ ମହାସମାରୋହରେ ପାଳିତ ହୋଇଯାଇଛି । ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମାନ୍ୟବର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେକ୍ କାଟିବା ସହିତ ଉଠାଦୋକାନୀମାନଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ ।ଶ୍ରୀଯୁକ୍ତ ଜେନା କହିଲେ ଯେ, ରାଜ୍ୟ ସରକାର ପ୍ରଥମ କରି ଉଠାଦୋକାନୀମାନଙ୍କୁ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରିବା ସହ ଅଧିକ ଭେଣ୍ଡିଂଜୋନ ତିଆରି କରିବା, ସମସ୍ତ ଉଠାଦୋକାନୀମାନଙ୍କୁ ଥଇଥାନ କରଯିବ ଏବଂ ଉଠାଦୋକାନୀ ୱେଲଫେୟାର ବୋର୍ଡ଼ ଗଠନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦିଆଯିବ । ଏଥି ସହିତ ସମସ୍ତ ଉଠାଦୋକୀମାନେ ଯେପରି ‘ଲେଟର ଅଫ ରେକୋମଣ୍ଡେସନ’ ପାଇପାରିବେ, ସେ ବିଷୟରେ ବିଏମ୍ସି କମିଶନରଙ୍କ ସହିତ ଆଲୋଚନା କରାଯିବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାରର ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ପୂର୍ବତନ କର୍ପୋରେଟର ନବକିଶୋର ବେହେରା, ଧନେଶ୍ୱର ବାରିକ, ସୁରେଶ ପଟ୍ଟନାୟକ, ମନୋଜ ସାହୁ, ଦୁଦର୍ଶନ ପୃଷ୍ଟି, ଦିଲ୍ଲୀପ ସାହୁ, ହେମନ୍ତ ନାୟକ, ବିପିନ ବିହାରୀ ଜେନା, ଏମ୍ଡ଼ି କଇନ ଖାନ୍, ଆଦିନ ବରାଳ, ବିଜୟ ସେନାପତି, ଅନୁ ମିଶ୍ର, ଗୋଲାପୀ ମାଉସୀଙ୍କ ସମେତ ୯୦ଟି ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ପରିଶେଷରେ ସାଧାରଣ ସମ୍ପାଦକ ଅନୁଜ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


