କରୋନା ଯୋଦ୍ଧା ଙ୍କୁ ପ୍ରେରଣା ଦେଉଛି ଓଡ଼ିଶା ବ୍ରାହ୍ମଣ ସମିତି ଓ ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା

ଚୌଦ୍ଵାର, (ଦୀପକ୍ କୁମାର ବେଉରା): ଅଦୃଶ୍ୟ କରୋନା ଭୁତାଣୁ ଙ୍କ ବିରୋଧରେ ଲଢେ଼ଇ କରୁଥିବା ମହା ଯୋଦ୍ଧା ମାନଙ୍କୁ ପ୍ରେରଣା ଦେଇ ଯୋଦ୍ଧା ମାନଙ୍କ ମନ ବଳକୁ ଦୃଢ କରିବାକୁ ଓଡ଼ିଶା ବ୍ରାହ୍ମଣ ସମିତି ଓ ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ର ଉଦ୍ୟମ ଜାରି ରହିଛି ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଟାଙ୍ଗୀ ଥାନା ପରିସରରେ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ପଦାର ବିନ୍ଦ ତ୍ରିପାଠୀ, ବିଶିଷ୍ଟ ସମାଜସେବୀ ସସ୍ମିତା ଦାସ , କର୍କଟ ରୋଗ ଚିକିତ୍ସିକା ଡଃ ଜ୍ୟୋତି କର, ବିଶିଷ୍ଟ ସମାଜସେବୀ ସୈାଭାଗ୍ୟ ଲେଙ୍କା ମହୋଦୟ ଙ୍କୁ ଉତରୀୟ , ପୁଷ୍ପଗୁଛ, ମାନପତ୍ର ପ୍ରଦାନ କରିବା ସହିତ ଯୋଦ୍ଧା ମାନଙ୍କୁ ଓଡ଼ିଶାର ବିଦ୍ୱାନ ପଣ୍ଡିତ ମାନେ କରୋନା ମହାମାରୀ ବିରୋଧରେ ସଂଗ୍ରାମ କରିବା ପାଇଁ ନିବେଦନ କରିଛନ୍ତି ଏହି କାର୍ଯ୍ୟକ୍ରମରେ ବରିଷ୍ଟ ସଂରକ୍ଷକ ପ୍ରାଚାର୍ଯ୍ୟ ମନୋଜ ପାଣିଗ୍ରାହୀ, ରାଷ୍ଟ୍ରୀୟ ସଂଗଠନ ପ୍ରଭାରୀ ଆଚାର୍ଯ୍ୟ ଅଶୋକ କୁମାର ମିଶ୍ର , ପ୍ରଦେଶ ଉପାଧ୍ୟକ୍ଷ ଅରୁପାନନ୍ଦ କର ଙ୍କ ନିର୍ଦ୍ଦେଶନାରେ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଜେନ୍ଦ୍ର ଦାଶ, ପ୍ରଦେଶ ସଚିବ ଦୀପକ କୁମାର ଷଡଙ୍ଗୀ,ଶରତଚନ୍ଦ୍ର କର, ବିରଞ୍ଚି ନାରାୟଣ ମିଶ୍ର, ଶରତଚନ୍ଦ୍ର ଶତପଥୀ, ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ପ୍ରଭାକର ପଣ୍ଡା, ଦେବାଶିଷ କର, ସନ୍ତୋଷ କୁମାର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ