କରୋନା ଯୋଦ୍ଧା ସମ୍ମାନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ବର୍ତମାନ ମହାମାରୀ କରୋନାର କରାଳ ରୂପ ସାରା ବିଶ୍ୱରେ ତାଣ୍ଡବ କରୁଥିବାବେଳେ ଆମ ରାଜ୍ୟ ମଧ୍ୟ ମଧ୍ୟ ଏହାର ପଞ୍ଝାରେ ଅଣ ନିଶ୍ୱାସୀ ହୋଇଛି । ଏହି ଭଳି ଦୁ ଃସ୍ଥିତିରେ ସ୍ୱାସ୍ଥ୍ୟକର୍ମି, ସୁରକ୍ଷାକର୍ମି, ଡାକ୍ତର, ପୋଲିସ ଓ ଅଙ୍ଗନବାଡ଼ି କର୍ମି ଭଳି ଗଣମାଧ୍ୟମ ପ୍ରତିନିଧି ପ୍ରତ୍ୟେକ ସାଥୀ କରୋନା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି । ଏହି ପରିପ୍ରେକ୍ଷୀରେ ବସନ୍ତପୁରସ୍ଥିତ ଶ୍ରୀ ଶ୍ରୀ ଶଇରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକ ଲିଙ୍ଗରାଜ ସାହୁଙ୍କୁ ବିଶିଷ୍ଟ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି । ଟ୍ରଷ୍ଟର ସଦସ୍ୟ ଡ. ଟୁନା ସାହୁଙ୍କ ଦ୍ୱାରା ଭୁବନେଶ୍ୱରଠାରେ ମାନପତ୍ର ସହିତ ବାବାଙ୍କ ଅଙ୍ଗବତ୍ସ ଓ ସାଇ ଚରିତ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଓ ଟ୍ରଷ୍ଟି ଡ଼ ରୁଦ୍ର ମହାନ୍ତି ଶୁଭେଚ୍ଛା ଜଣାଇଛନ୍ତି ।