କରୋନା ଯୋଦ୍ଧା ସମ୍ମାନ ରେ ସମ୍ବର୍ଦ୍ଧିତ ହେଲେ ୩ ସାମ୍ୱାଦିକ
ନିମାପଡା, (ସନ୍ତୋଷ ଦାଶ ) : ଚାରିଛକ ନିକଟସ୍ଥ ଗଡ ଇଟାପୋଖରୀ ଗ୍ରାମ ରେ ଗୋପବନ୍ଧୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୦୫ ତମ ଜନ୍ମତିଥି ପାଳନ ଅବସର ରେ ଚାରିଛକ ଅଂଚଳ ର ସାମ୍ୱାଦିକ ପ୍ରଫୁଲ୍ଲ କୁମାର କର, ପ୍ରଫୁଲ୍ଲ କୁମାର ସାହୁ ଓ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଙ୍କୁ ଟ୍ରଷ୍ଟ ପକ୍ଷରୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରା ଯାଇଥିଲା। ଆୟୋଜିତ ଉତ୍ସବ ରେ ଅତିଥି ଭାବେ ପୁରୀ ଜିଲ୍ଲା ପାଇକ ମହାସଂଘ ସଭାପତି ରବୀନ୍ଦ୍ର ନାଥ ସେନାପତି, ସଚିବ ସୁବାସ ଚନ୍ଦ୍ର ଜେନା, ନିଆଳି ବ୍ଳକ ଆତ୍ମା ର ସଭାପତି ଆଦିତ୍ୟ ପାଣି, ସରପଞ୍ଚ ଅଭିମନ୍ୟୁ ପଣ୍ଡା, ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ, ଗୋପୀନାଥ କର, ସନ୍ତୋଷ ମିତ୍ର, ସନାତନ ପାତ୍ର,ବସନ୍ତ ପାତ୍ର, ପ୍ରଭାତ ରାୟ, ହରିହର ରାୟ, ପ୍ରବୋଧ ପରିଡ଼ା ପ୍ରମୁଖ ଯୋଗଦାନ କରି ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ସ୍ମୃତି ଚାରଣ କରିଥିଲେ। ବିଜୟ ପାତ୍ର ମଞ୍ଚପରିଚାଳନା କରିଥିଲେ । ଟ୍ରଷ୍ଟ ର ସଭାପତି ଅର୍ଜୁନ ପାତ୍ର ଓ ସମ୍ପାଦକ ସୁବାସ ଚନ୍ଦ୍ର ଜେନା ଙ୍କ ତତ୍ବାବଧାନ ରେ ଗାଁ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ପାଇକ ଆଖଡ଼ା ଅନୁଷ୍ଠିତ ହୋଇଥିଲା । ପ୍ରାୟ ୪୦ ଜଣ ଗଡୁଆ ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ
କରାଯାଇଥିଲା । ଶେଷରେ ଦୀନବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।