କରୋନା ଲଢେଇରେ ସାମିଲ ହେଲେ ଏମ.ବି.ଏ.ଛାତ୍ର

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):କରୋନା ଭାଇରସ ଏବେ ସାରା ବିଶ୍ୱକୁ କବଳିତ କରି ରଖିଛି । ପ୍ରତିଦିନ ହଜାର ହଜାର ଲୋକ ଏହି ଭାଇରସ ପ୍ରଭାବରେ ମୃତ୍ୟୁ ବରଣ କରୁଛନ୍ତି । ଭାରତ ମଧ୍ୟ ଏଥିରୁ ବାଦ ପଡିନଥିବା ବେଳେ ଏହି ରୋଗ ପାଇଁ ଏପର୍ଯ୍ୟନ୍ତ କୈାଣସି ପ୍ରତିଷେଧକ ଟୀକା ବାହାରିପାରି ନାହିଁ । ଜୀବନ ବଂଚାଇବା ପାଇଁ ହେଲେ ଘରୁ ବାହାରକୁ ନବାହାରି ଘର ଭିତରେ ରହିବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସେଥିପାଇଁ ମାର୍ଚ୍ଚ ୨୨ତାରିଖ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି । କିନ୍ତୁ ପ୍ରତିଦିନ ଜରୁରୀ ସେବା ଅବ୍ୟାହତ ରହିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ଗ୍ରାମର ସୁଦାମ ଚରଣ ମଲ୍ଲିକ ଜିଲ୍ଲାର ବିଭିନ୍ନ ଗ୍ରାମରେ ଗରୀବ ପରିବାରଙ୍କୁ ମାସ୍କ ଏବଂ ଶୁଖିଲା ଖାଦ୍ୟ ବାଂଟିବା ସହିତ ପୈାରସଂସ୍ଥା କାର୍ଯ୍ୟାଳୟର ସଫେଇ କର୍ମଚାରୀ ଯେଉଁମାନେକି ପ୍ରତିଦିନ ଜୀବାଣୁମୁକ୍ତ ସହର ଗଠନ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କୁ ଫୁଲ,ଅରୁଆ ଚାଉଳ,ଦୁବ, ଚନ୍ଦନ ଏବଂ ଧୂପ ଦେଇ ସମ୍ବର୍ଦ୍ଧିତ କରି ମିଷ୍ଟାନ୍ନ ବଂଟନ କରିଥିଲେ । ସେମାନଙ୍କ ସୁରକ୍ଷା ନିମିତ ସେମାନଙ୍କୁ ମାସ୍କ ପ୍ରଦାନ କରିଥିଲେ । ଏମ.ବି.ଏ. ଛାତ୍ର ଶ୍ରୀ ମଲ୍ଲିକ ପାଠ ପଠିବା ସମୟରେ ତାଙ୍କ ବାପା ବୋଉ ତାଙ୍କୁ ଦେଇଥିବା ଅର୍ଥରୁ ସେ ସଂଚୟ କରିଥିବା ଜମା ଅର୍ଥକୁ ଆଜି ଉଚିତ ମାର୍ଗରେ ବ୍ୟୟ କରିଛନ୍ତି ବୋଲି କହିଛନ୍ତି ସୁଦାମ । ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରିଛନ୍ତି ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା,ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଦିଲ୍ଲିପ କୁମାର ଦାଶ ପ୍ରମୁଖ । ଏହି ଯୁବ ସମାଜସେବୀଙ୍କ କାର୍ଯ୍ୟକୁ ବହୁ ବୁଦ୍ଧିଜୀବି ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ