କରୋନା ସଚେତନତା ଓ ମାଗଣା ମାସ୍କ ବଂଟନ
କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତର ବରହମପୁର, କହ୍ନେଇପୁର ଗ୍ରାମ, ଆୟବା ପଂଚାୟତର ମାନପାଟଣା ଓ ବଡିହ ଗ୍ରାମ ଏବଂ କଂସାର ପଂଚାୟତର ଚଣ୍ଡିଆପଲ୍ଲୀ ଗ୍ରାମରେ କହ୍ନେଇପୁର ଗ୍ରାମର ସମାଜସେବୀ ସନ୍ତୋଷ କୁମାର ବେହେରା ଲୋକମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ କରିବା ସହିତ ପ୍ରାୟ ୧୫ଶହ ମାସ୍କ ବଂଟନ କରିଥିଲେ । ଲୋକମାନେ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିବା ଦେଖାଯାଇଛି ।


