କରୋନା ସଚେତନତା ଓ ମୋ ଓ୍ବାର୍ଡ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଏବେ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ସରକାରୀ ଭାବେ ଜଣାପଡିଛି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଦ୍ୟାବଧି ଏହାର ପ୍ରକୋପ କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଏଥିପ୍ରତି ସତେ ଯେମିତି କାହାରି ନିଘା ନାହିଁ । ପୂର୍ବ ପରି ଆଉ କେହି କୋଭିଡ଼ କଟକଣାକୁ ଗୁରୁତ୍ୱ ଦେଉନାହାନ୍ତି । ସ୍ୱାସ୍ଥ୍ୟ ବିଭାଗର ସତର୍କ ସୂଚନା ଅନୁଯାୟୀ କୋଭିଡ଼ ଗାଇଡ଼ ଲାଇନକୁ ପାଳନ ନକଲେ ପରିସ୍ଥିତି ବିଗିଡ଼ିବା ଆଶଙ୍କା ସୃଷ୍ଟି ହୋଇଛି । ଏବେ ହିଞ୍ଜିଳିକାଟୁ ସହରର ଜନ ଗହଳି ସ୍ଥିତିକୁ ଅନୁଧ୍ୟାନ କଲେ ସବୁ କିଛି ଜଳ ଜଳ ଦେଖାଯାଉଛି । ଏଠି ବେଫିକର ଢଙ୍ଗରେ ସବୁ କିଛି ଚାଲିଛି । କିନ୍ତୁ ଗଞ୍ଜାମ ଜିଲ୍ଲାରେ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସ୍ୱାସ୍ଥ୍ୟ ବିଭାଗର ସତର୍କ ସୂଚନା ଓ କୋଭିଡ ମୁକାବିଲା କରିବା ସକାଶେ ଜିଲ୍ଲାର ସବୁ ପ୍ରଶାସନିକ ଅଧିକାରୀ ଓ ସ୍ୱାସ୍ଥ୍ୟ ଟିମକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୈାର ପ୍ରଶାସନ ପକ୍ଷରୁ ଶୁକ୍ରୁବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ଓ୍ବାର୍ଡ ସଂଖ୍ୟା ୫ ପାଟଣାସାହି ଲକ୍ଷ୍ମୀନୃସିଂହ ମନ୍ଦିର ସମ୍ମୁଖରେ ଜନସାଧାରଣଙ୍କୁ କୋଭିଡ ସମ୍ପର୍କରେ ସଚେତନ କରାଇବା ସହ ବର୍ଜ୍ୟବସ୍ତୁ ପରିଚାଳନା ଓ ପଲିଥିନ ବ୍ୟବହାର ନ କରିବାକୁ ନେଇ ମୋ ଓ୍ବାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାହି ବାସିନ୍ଦାଙ୍କୁ ପରିମଳ ବ୍ୟବସ୍ଥା, ପାନୀୟ ଜଳ, ବୃକ୍ଷରୋପଣ, ଆଲୋକୀକରଣ, ଆବଶ୍ୟକ ଭିତ୍ତିଭୂମୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମକୁ ପୈାର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ପରିଚାଳନା କରିଥିବା ବେଳେ ପୈାର କର୍ମଚାରୀ ଇ କିଶାନ କୁମାର ପାତ୍ର, ପ୍ରଶାନ୍ତ ମହାଙ୍କୁଡ,କୃଷ୍ଣ ଦାସ, ସ୍ବଛ ସାଥୀ ଓ ଅଧିକାରୀ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସଂପୃକ୍ତ ଓ୍ବାର୍ଡର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।