କରୋନା ସଚେତନତା କଲା ଗାଁ କଲ୍ୟାଣ ସମିତି
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଦେବତାଗଢିଆ ଗାଁ କଲ୍ୟାଣ ସମିତି ପକ୍ଷରୁ ଦେବତାଗଢିଆ ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଗ୍ରାମର ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ସମେତ ଗ୍ରାମ ପରିବେଶକୁ ସମିତି ପକ୍ଷରୁ ସାନିଟାଇଜ୍ କରାଯାଇଥିଲା । ସରପଞ୍ଚ ନିହାରିକା ରାଉତଙ୍କ ଉପସ୍ଥିତିରେ ସମିତିର କର୍ମୀ ମାନେ ଘର ଘର ବୁଲି ୧୮୦ ପରିବାରଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ଏ.ଏନ୍.ଏମ୍ କଳ୍ପନା ଜେନା, ଅଙ୍ଗନୱାଡି କର୍ମୀ ସବିତା ନାୟକ, ସିଆରପି କନକଲତା ନାୟକ, ସ୍ୱେଚ୍ଛାସେବୀ ଅରୁଣ କର, ମୁନା ବେହେରା, ସୁଶାନ୍ତ ସେଠୀ, ଆଦିକନ୍ଦ ମହାପାତ୍ରଙ୍କ ସମେତ ୱାର୍ଡ ସଭ୍ୟ, ଆଶା କର୍ମୀ ଓ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ ।


