ଭୀମପାହାଡ ମହୋତ୍ସବ ଉଦଯାପିତ
ବଲାଙ୍ଗୀର(ଓ୍ବାଇଏନଏସ): ବଲାଙ୍ଗୀର ଜିଲ୍ଲା ଦେଓଗାଁବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନ ସ୍ଥଳୀ ଠାରେ ଗତ ୫ଦିନ ଧରି ଚାଲିଥିବା ୧୧ତମ ଭୀମପାହାଡ ମହୋତ୍ସବ ଶନିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ପ୍ରତ୍ୟହ ଏଠାରେ ନାମସଂକିର୍ତ୍ତନ ସହିତ କଂସଦରବାର ଓସାଂସ୍କୃତିକସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁରହିଥିଲା । ଶନିବାର ରାତିର ଶେଷରଜନୀରେ କଂସବଧ ସହିତ ମହୋତ୍ସବ ଉଦଯାପିତ ହୋଇଥିଲା । ଶେଷ ସଂଧ୍ୟାରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ଯୋଗଦେଇ ମହୋତ୍ସବ ଆୟୋଜକ କମିଟିକୁ ପ୍ରଶଂସା କରିବା ସହିତ ଐତିହ୍ୟ ଓ ପରଂମ୍ପରାକୁ ସୁରକ୍ଷାଦେବା ଆମସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଥିଲେ । ଏହା ସହିତ ଭୀମପାହାଡର ବିକାଶ ପାଇଁ ଆଗକୁ ନିଆଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ଜନସାଧାରଣଙ୍କୁ କହିଥିଲେ । ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ବିଡିସିସି ସଭାପତି ସୁଶୀଳକୁମାର ଚାନ୍ଦ,ମୁରିବାହାଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ହଂସଲାଲ ଜୈନ ଯୋଗଦେଇଥିଲେ । କମିଟିର ଉପଦେଷ୍ଟା ଶୈଳେନ୍ଦ୍ରକୁମାର ସାହୁ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ କମିଟିର ସଭାପତି ପ୍ରମୋଦ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କଂସଭୂମିକାରେ ଅଭିନୟ କରୁଥିବା କଳାକାର ରବିନ୍ଦ୍ର ସାହୁ,ମହୋତ୍ସବ କମିଟିର ରାଜେଶ ନାଏକ ଓ ଦୟାସାଗର ନାଏକଙ୍କୁ ମେମେଣ୍ଟୋ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶ୍ରୀମତୀ ସଙ୍ଗୀତା ଦାସ ପରିଚାଳନା କରିଥିଲେ, ସଙ୍ଗୀତା ଦାସଙ୍କ ଦ୍ଵାରା ନିର୍ଦ୍ଦେଶିତ ଲୋକ ନୃତ୍ୟ ‘ ଭାବ ‘ ସଂଜ୍ୟୋତ୍ କଳା କେନ୍ଦ୍ର ର ଛାତ୍ର ଛାତ୍ରୀ ମାନେ ପରିବେଷଣ କରିଥିଲେ ଯାହାକି କୃଷ୍ଣଙ୍କ ଠାରୁ ରାଧାର ବିରହ ବେଦନା କୁ ନେଇ ଆଧାରିତ , ତାହା ଲୋକଙ୍କ ମନକୁ ବେଶ ଆକର୍ଷିତ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ କମିଟିର ସଂପାଦକ ଗୋବର୍ବ୍ଧନ ସାହୁ, କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ,ନନ୍ଦିକିଶୋର ନାଏକ,ରୂପାଧର ପୁଟା,ପିତାମ୍ବର ପଧାନ,ସାର୍ଥକ ଭୋଇ,ଭୋଜରାଜ ରଣା,ମହମ୍ମଦ ରଣା ପ୍ରମୁଖଙ୍କ ସହ ବହୁସଂଖ୍ୟାରେ କର୍ମକର୍ତ୍ତା ମହୋତ୍ସବର ସଫଳତାରେ ସହଯୋଗ କରିଥିଲେ । ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର ଭୀମଡୁଙ୍ଗୁରୀ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଅଞ୍ଚଳବାସୀଙ୍କ ସହଯୋଗକୁ ପ୍ରଶଂସା କରି ଆଗାମୀଦିନରେ ମହୋତ୍ସବ ଜରିଆରେ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶ କରାଯାଇ ପାରିବ ବୋଲି କହିଥିଲେ ।


