କରୋନା ସଚେତନତା ପାଇଁ ସମୁହ ହାତଧୂଆ କାର୍ଯ୍ୟକ୍ରମ
ହିଂଜିଳିକାଟୁ, (ଶେଷଦେବ ସାହୁ) : ଏକ ଅଜଣା ଆତଙ୍କ ଭାବେ ସାରା ବିଶ୍ୱରେ କାୟା ବିସ୍ତାର କରିଛି କରୋନା ଭାଇରସ୍ । ଭାରତରେ ଅଦ୍ୟାବଧି ପ୍ରାୟ ୫୦ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାିଥିବା ଜଣାପଡ଼ିଛି । ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର ମିଶନ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଭୟଭୀତ ନହେବା ସକାଶେ ପରାମର୍ଶ ଦିଆଯାଇଛି । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସଂପୃକ୍ତ ବିଭାଗ ପକ୍ଷରୁ ୯ ପ୍ରକାର ଉପାୟ ଆପଣେଇ ନେବା ପାଇଁ ସଚେତନତା ସୃଷ୍ଟି କରାଯାିଛି । ଏ ନେଇ ହିଂଜିଳିକାଟୁ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ସମସ୍ତପଂଚାୟତରେ କରୋନା ଭାଇରସ୍ ସଂକ୍ରମଣରୁ ସୁରକ୍ଷିତ ରହିବା ସକାଶେ ପ୍ରୟାସ ଆରମ୍ଭ ହୋଇଛି । ସିଡ଼ିପିଓ ଶୁଭଶ୍ରୀ ପାତ୍ରଙ୍କ ତତ୍ୱାବଧାନରେ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ପ୍ରଥମ ଉପାୟ ଭାବେ ହାତଧୂଆ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦିଆଯାଇଛି । ପୌରାଂଚଳର ୨୯ଟି ଓ ବ୍ଳକର ୧୮୪ଟି କେନ୍ଦ୍ରର ପ୍ରାକ୍ ଶିକ୍ଷାର୍ଥୀଙ୍କୁ ହାତ ପରିଷ୍କାର ଦେଖା ଯାୁଥିଲେ ମଧ୍ୟ ସାବୁନରେ ବାରମ୍ବାର ଭଲଭାବରେ ସଫା କରିବା କୌଶଳ ଶିକ୍ଷା ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆରବିଏସକେ କର୍ମଚାରୀଙ୍କ ସମେତ ସମସ୍ତ ସୁପରଭାଇଜର, ଅଙ୍ଗନୱାଡ଼ି କର୍ମୀ, ପାଚିକା ଓ ସହାୟିକା ସହଯୋଗ କରିଥିଲେ ।