କରୋନା ସମୟରେ ଅସହାୟଙ୍କୁ ସହାୟତା

ପାରାଦ୍ୱୀପ (ପୀତବାସ ପ୍ରଧାନ) : ପାରାଦ୍ୱୀପ ବନ୍ଦରରେ ଥିବା ଭାରତ ସରକାରଙ୍କ ସୀମା ଶୁଳ୍ପ ବିଭାଗ ପକ୍ଷରୁ କରୋନା ସମୟରେ କଷ୍ଟମ କ୍ଳିୟରାନସ ନିମନ୍ତେ ଦୃଢ ପଦକ୍ଷେପ ନିଆଯାଇଛି । ଅନଲାଇନ୍‌ରେ ସମସ୍ତ କାର୍ଯ୍ୟ କରିବା ପାଇଁ ବିଭାଗର ଆୟୁକ୍ତ ହର୍ଷରାଜ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ କାର୍ଯ୍ୟାଳୟ ର କର୍ମଚାରୀ , ବ୍ୟବହାରକାରୀ ମାନଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯିବା ସହ ସାମାଜିକ ଦ୍ୱରତ୍ୱ ରକ୍ଷା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ନାମା ଜାରି କରାଯାଇଛି । ବିଭାଗ ପକ୍ଷ୍ୟରୁ ଗତ ୨୫ ତାରିଖରୁ ଅସହାୟ, ମାନସିକ ଅଗ୍ରସର ବ୍ୟକ୍ତିମାନଙ୍କୁ ଖାଦ୍ୟ ବଣ୍ଟନ କରାଯିବା ସହ ବସ୍ତି ଅଞ୍ଚଳର ଗରୀବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଓ ରୋଷେଇ ସାମଗ୍ରୀ ଯୋଗାଇ ଦିଆଯାଉଛି । ସେହିପରି ପୌରପାଳିକାର ସଫେଇ ଠିକାଦାର ପବିତ୍ର ମୋହନ ନାୟକ ୱାର୍ଡ ନମ୍ବର ୧୪ର ସଫେଇ କର୍ମଚାରୀ ମାନଙ୍କୁ ଖାଦ୍ୟସାମଗ୍ରୀ, ପୋଷାକ, ସାବୁନ ଓ ମାସ୍କ ବଣ୍ଟନ କରିଥିଲେ । ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି, ପୂର୍ବତନ ପାରିଷଦ ମନୋଜ କୁମାର ବେହେରା ଙ୍କ ସମେତ ପୌରକର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ