କରୋନା ସ୍ବାବ୍ ନେଗେଟିଭ୍ ଆସିବା ପରେ ଏମ୍ସରୁ ଡିସ୍ଚାର୍ଜ ହେଲେ ମନମୋହନ ସିଂ
ନୂଆଦିଲ୍ଲୀ : ଗୁରୁତର ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଆଜି ଡିସ୍ଚାର୍ଜ କରାଯାଇଛି । ମନମୋହନଙ୍କ କରୋନା ସ୍ବାବ୍ ନେଗେଟିଭ୍ ଆସିବା ପରେ ମଙ୍ଗଳବାର ତାଙ୍କୁ ଡିସଚାର୍ଜ କରାଯାଇଛି । ୨୦୦୪-୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିବା ଶ୍ରୀ ସିଂଙ୍କ ୨୦୦୯ରେ କରୋନାରୀ ବାଇପାସ୍ ଏମ୍ସରେ କରାଯାଇଥିଲା । ମନମୋହନଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଏମ୍ସର କାର୍ଡିଓ ଥୋରିଆକ୍ ବିଶେଷଜ୍ଞ ମାନେ ତାଙ୍କର ଯତ୍ନ ନେଉଥିବା ନେଇ ଏମ୍ସ ପକ୍ଷରୁ କୁହାଯାଇଛି ।


