କର୍କଟ ପୀଡିତ ଶ୍ରୀମନ୍ତଙ୍କୁ ସହାୟତା ପାଇଁ ନିବେଦନ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ଭରତପୁର ଗ୍ରାମର ୬୨ବର୍ଷୀୟ ଶ୍ରୀମନ୍ତ କୁମାର ଦାସ(ଗଗନ) ଗଳା କର୍କଟ ରୋଗରେ ପିଡିତ ଥାଇ କଟକସ୍ଥିତ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ପରିସରରେ ଥିବା ଧର୍ମଶାଳାର ବେଡ ନମ୍ବର-୩୬ରେ ରହି ଚିକିତ୍ସାଧିନ ଅଛନ୍ତି । ଜୀବନ ମରଣ ସହ ସଂଗ୍ରାମରତ ଥିବା ଶ୍ରୀମନ୍ତ ଜଣେ ଭୂମିହୀନ, ଗରୀବ ଦିନମଜୁରିଆ ଶ୍ରେଣୀର ଲୋକ । ତାଙ୍କର ଚିକିତ୍ସା ନିମନ୍ତେ ଅର୍ଥର ଆବଶ୍ୟକ ଥିବା ବେଳେ ଅର୍ଥାଭାବରୁ ସେ ଉପଯୁକ୍ତ ଚିକିତ୍ସା ପାଇ ପାରୁ ନାହାନ୍ତି । ଜିଲ୍ଲାପାଳଙ୍କ ନିକଟରେ ଆର୍ଥିକ ସହାୟତା ନିମନ୍ତେ ତାଙ୍କ ପରିବାର ପକ୍ଷରୁ ଆବେଦନ କରାଯାଇଥିଲେ ବି ଦୁଇ ମାସରୁ ଉର୍ଦ୍ଧ୍ୱ ବିତି ଯାଇଥିଲେବି ତାଙ୍କୁ କୈାଣସି ସରକାରୀ ସହାୟତା ଅଦ୍ୟାବଧି ପ୍ରଦାନ କରାଯାଇନାହିଁ । କୈାଣସି ସହୃଦୟ ବ୍ୟକ୍ତି ତାଙ୍କୁ ମୋବାଇଲ ନମ୍ବର- ୯୫୮୩୯୪୫୪୭୯ରେ ଯୋଗାଯୋଗ କରି କିମ୍ବା ଶ୍ରୀମନ୍ତଙ୍କ ପୁଅ ଶାରଦା ପ୍ରସାଦ ଦାସଙ୍କ ନାମରେ ଶ୍ୟାମସୁନ୍ଦରପୁର କାନାରା ବ୍ୟାଙ୍କ ଶାଖାରେ ସଂଚୟ ଜମା ଖାତା ନମ୍ବର -୪୯୭୧୧୦୧୦୦୧୨୭୮ରେ (ଆଇ.ଏଫ.ଏସ.ସି. କୋଡ – ସି.ଏନ.ଆର.ବି. ୦୦୦୪୯୭୧)ଏକ ଜମାଖାତା ମାଧ୍ୟମରେ ଯେ କୈାଣସି ସହୃଦୟ ବ୍ୟକ୍ତି ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି ଶ୍ରୀମନ୍ତ ।