କର୍ଣ୍ଣାଟକରେ ଫସିଥିବା ଶ୍ରମିକଙ୍କୁ ମିଳିଲା ଖାଦ୍ୟ ,ଭିଡିଓ ବାର୍ତାରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):କର୍ଣ୍ଣାଟକ ରାଜ୍ୟ ବାଙ୍ଗାଲୋରରେ ଫସିଥିବା ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅଂଚଳର ୧୮ ଜଣ ଓଡ଼ିଆ ଶ୍ରମିକଙ୍କୁ ରାସନ ସାମଗ୍ରୀ ପ୍ରଦାନ କଲେ କର୍ଣ୍ଣାଟକ ସରକାର ସେମାନେ ରାଇରଙ୍ଗପୁରର ଏସକେ ସାମିମ ( ବିଜେଡି ଜିଲ୍ଲା ସଭାପତି ସଂଖ୍ୟାଲଘୁ ସେଲ ମୟୁରଭଂଜ -୨ ) ଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ସହାୟତା ମାଗିଥିଲେ ଏସକେ ସାମିମ ଓ ବିଜେଡି ଯୁବ ନେତା ଡ଼ଃ ଦେବାଶିଷ ମାରାଣ୍ଡିଙ୍କ ସହ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିବା ପରେ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଜଣାଇଥିଲେ ରାଜ୍ୟ ସରକାର କର୍ଣ୍ଣାଟକ ସରକାରଙ୍କୁ ଯୋଗାଯୋଗ କରି ସେମାନଂକର ଖାଦ୍ୟର ବ୍ୟବସ୍ଥା କରିଥିଲେ ବାଙ୍ଗାଲୋରରେ ଫସିଥିବା ଓଡ଼ିଆ ଶ୍ରମିକ ମାନେ ହେଲେ ମୟୁରଭଞ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳର ୧୮ ଜଣ ଶ୍ରମିକ ଗୁହାଳଡାଙ୍ଗିରି ,କୁଲଡିହା ,କୁଲେଇଶିଳା ଓ କୁକୁଡ଼ି ମୁଣ୍ଡି ଗ୍ରାମର ସେମାନେ ଜାଲାହାଲି କ୍ରୋସ ,ଏସ ଏମ ରୋଡ଼ ୧୫,ବାଙ୍ଗାଲୋରର ଶିବ ଶକ୍ତି ଇଂଜିନିୟରିଂ କମ୍ପାନୀରେ କାମ କରୁଥିଲେ ସରକାରଙ୍କ ପକ୍ଷରୁ ସହାୟତା ପାଇବା ପରେ ଫସିଥିବା ଶ୍ରମିକ ମାନେ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତା ଦେଇ ଉଭୟ ଓଡିଶା ଓ କର୍ଣ୍ଣାଟକ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଯୁବ ନେତା ଡ଼ଃ ଦେବାଶିଷ ମାରାଣ୍ଡି ଓ ସଂଖ୍ୟାଲଘୁ ନେତା ଏସକେ ସାମିମଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି