କର୍ଦମାକ୍ତ ଅବସ୍ଥାରେ ରାଜରାସ୍ତା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗାରବନ୍ଧା-ଲାବଣ୍ୟଗଡ ରାଜ ରାସ୍ତା କର୍ଦମାକ୍ତ ଅବସ୍ଥାରେ ପଡିରହିଥିବାର ଦେଖିବାକୁ ମିଳୁଛି । ସୂଚନା ଯୋଗ୍ୟ ଯେ, ଏହି ରାସ୍ତାର ଏକ ପଖୋରୀ ଖନନ ଲାଗି ବହୁ ଦିନରୁ ଟେଣ୍ଡର ହୋଇଥିଲେ ମଧ୍ୟ ବର୍ଷାଦିନେ ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଥିବାରୁ ତୁରନ୍ତ ଏହାକୁ ଖନନ କରାଯାଉଛି । ଅପରପକ୍ଷରେ ବର୍ତ୍ତମାନ ଘୋଷଯାତ୍ରା ଆରମ୍ଭ ହୋଇଥିବାରୁ ପ୍ରଶାସନିକ ବ୍ୟସ୍ଥତାର ଫାଇଦା ଉଠାଉ ଠିକାଦାର ଜଣକ ଆଜି ଠାରୁ ଏହି ଖନନ କାମ ଆରମ୍ଭ କରିଥିବାର ଜଣାପଡିଛି । ଏହି ପଖୋରୀ ଖନନ ଯୋଗୁଁ ଟ୍ରାକ୍ଟର ମାଧ୍ୟମରେ କର୍ଦମାକ୍ତ ସାମଗ୍ରୀ ଗୁଡିକୁ ବୁହାଯାଇ ଅନ୍ୟତ୍ର ପକାଯାଉଛି । ଏହା ରାଜପଥ ଦେଇ ଯାତାୟତ କରୁଥିବାରୁ ରାସ୍ତାର ପ୍ରାୟ ଅଧିକାଂଶ ସ୍ଥାନ କର୍ଦମାକ୍ତ ହୋଇପଡିଛି । ଫଳରେ ଯାତାୟତ କରୁଥିବା ଯାନବାହାନ ଗୁଡିକ ଏହି କାଦୁଅ ରାସ୍ତାର ସଂସ୍ପର୍ଷରେ ଆସି ଦୁର୍ଘଟଣାର ଶିକାର ହେଉଛନ୍ତି । ଆଜି ପ୍ରାୟ ୩ରୁ୪ଗୋଟି ଗାଡି ଏହି କାଦୁଅ ରାସ୍ତା ଯୋଗୁଁ ଦୁର୍ଘଟଣା ଘଟି ଥିବାର ଜଣାପଡିଛି । ହେଲେ ଶୌଭାଗ୍ୟବସତଃ କୌଣସି ଧନ ଜୀବନ ନଷ୍ଟ ହୋଇ ନଥିବାର ମଧ୍ୟ ଜଣାପଡିଛି । ଏପରି ବର୍ଷା ଦିନରେ ପଖୋରୀ ଖନନ କରାଯାଉଥିବା ଏବଂ ଠିକାଦାର ବେଫିକର ଭାବେ ଲୋକଙ୍କ ଜୀବନ ସହ ଖେଳ ଖେଳି ରାସ୍ତାକୁ କର୍ଦମାକ୍ତ କରୁଥିବାକୁ ନେଇ ସାଧାରଣରେ ନା ପସନ୍ଦ କରାଯାଇଥିବା ବେଳେ ଏପରି କାର୍ଯ୍ୟକୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ