କର୍ମୀ ସମ୍ମିଳନୀରେ ସମର୍ଥୀତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସଂକଳ୍ପ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ବିଜେଡି ସମର୍ଥୀତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କର୍ମୀ ମାନେ ଏକାଠୀ ହୋଇ ସଂକଳ୍ପ ନେଇଛନ୍ତି । ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ସମର୍ଥୀତ ପ୍ରାର୍ଥିୀଙ୍କ ସମେତ ବିଜେଡିର ଶତାଧିକ କର୍ମୀଙ୍କୁ ନେଇ ଆଜି ପୁରୁଣା ହରିହାଟରେ ଦଳୀୟ ଗୃହ ଉଦଘାଟନ ସହ ଶୈବପୀଠ ଓ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ସରପଞ୍ଚ ପ୍ରାର୍ଥିନୀ ରଶ୍ମିତା ସେଠୀ ଓ ସମିତି ସଭ୍ୟ ପ୍ରାର୍ଥୀ ମନରଂଜନ ସେଠୀ ଆର୍ଶିବାଦ ଭିକ୍ଷା କରିଥିଲେ । ପଞ୍ଚାୟତ ସଭାପତି ଭୀମ ଚରଣ ସାମଲଙ୍କ ସଭାପତିତ୍ୱରେ ସରପଞ୍ଚ ରଞ୍ଜନ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷା ମଞ୍ଜୁଲତା ଜେନା, ଜଗନ୍ନାଥ ପାଣିଗ୍ରାହୀ, ବିଷ୍ଣୁ ଚରଣ ମୁଦୁଲି, ଅଣାକାର ମଲ୍ଲିକ, ବିଜୟ ପ୍ରଧାନ, ନାରାୟଣ ପ୍ରଧାନ, ରାମ ଚନ୍ଦ୍ର ପଣ୍ଡା, ମନୋଜ ପଣ୍ଡା, ଅନନ୍ତ ମହାପାତ୍ର, ଆନନ୍ଦ ନାୟକ, ପଞ୍ଚାନନ ପ୍ରଧାନ, ଅନନ୍ତ ରାଉତ, ପଞ୍ଚାନନ ଦାସ, ତୁଳସୀ ଦାସ, ଯଦୁନାଥ ଦାସ, ହରେକୃଷ୍ଣ ମଲ୍ଲିକ, ରବି ସେଠୀ, କାଳନ୍ଦୀ ସେଠୀଙ୍କ ସମେତ ୧୯ ପଞ୍ଚାୟତର ୱାର୍ଡସଭ୍ୟସଭ୍ୟା ପ୍ରାର୍ଥିନୀ, ଯୁବନେତା, ବରିଷ୍ଠ କର୍ମୀ ଉପସ୍ଥିତ ରହି କିପରି ସରପଞ୍ଚ ପ୍ରାର୍ଥିୀଙ୍କୁ ସୂର୍ଯ୍ୟ ଚିହ୍ନ ଓ ସମିତି ସଭ୍ୟ ପ୍ରାର୍ଥିୀଙ୍କୁ ତାଲା ଚିହ୍ନରେ ଜିତାଇବାକୁ ସଂକଳ୍ପ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ