କଲମ୍ବିୟାରେ ଖୋଲିଲା ବିଶ୍ୱର ପ୍ରଥମ “ପନର୍୍’ ବିଶ୍ୱବିଦ୍ୟାଳୟ
କଲମ୍ବିୟାର ମାଡେଲିନ୍ରେ ଖୋଲିଛି, ବିଶ୍ୱର ପ୍ରଥମ “ପନର୍୍ ୟୁନିଭର୍ସିଟି’ । ଏହି ସରକାରୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରେ ଅଶ୍ଲୀଳ ଚଳଚ୍ଚିତ୍ର ବା ବ୍ଲୁ ଫିଲ୍ମରେ ଅଭିନୟ ବାବଦରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ତାଲିମ ଦିଆଯିବ । ବିଶ୍ୱବିଦ୍ୟାଳୟ ଖୋଲିଛନ୍ତି ଜଣାଶୁଣା ଅଶ୍ଲୀଳ ଫିଲ୍ମ ଅଭିନେତ୍ରୀ ଆମାରାଣ୍ଟା ହାଙ୍କ୍ । ତାଙ୍କର ମୂଳ ନାମ ଆଲେଜାନ୍ଡ୍ରା ଓମାନା ରୁଇଜ୍ । ଏକଦା ସେ ସାମ୍ବାଦିକା ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ତେବେ, ବିଶେଷ ଆୟ ନ ହେବାରୁ ଅଶ୍ଲୀଳ ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ କରିଥିଲେ । ନିଜର ଲମ୍ବା ଅଭିଜ୍ଞତା ମାଧ୍ୟମରେ ସେ ବିଶ୍ୱବିଦ୍ୟାଳୟର ସୁପରିଚାଳନା କରିପାରିବେ ବୋଲି କହିଛନ୍ତି । “ପନର୍୍ ଷ୍ଟାର୍’ ବନିବାକୁୁ ଚାହୁଁଥିବା ପ୍ରାପ୍ତ-ବୟସ୍କ ଓ ପ୍ରାପ୍ତ-ବୟସ୍କାଙ୍କୁ କର୍ମଶାଳା ମାଧ୍ୟମରେ ଶିକ୍ଷା ଓ ତାଲିମ ଦେବା ନିମନ୍ତେ ସେ ଏକାଧିକ ପ୍ରସିଦ୍ଧ କଲମ୍ବିୟାନ୍ ଅଶ୍ଲୀଳ ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀଙ୍କୁ ନିଯୁକ୍ତ କରିଛନ୍ତି । ସ୍ଥାନୀୟ “ଦ ସିକ୍ରେଟ୍ ଗାର୍ଡେନ୍ ଇରୋଟିକ୍ ପବ୍’ରେ ପ୍ରାୟୋଗିକ (ପ୍ରାକ୍ଟିକାଲ୍) ଶିକ୍ଷା ଦିଆଯିବ । ସଂପ୍ରତି ସାରା ବିଶ୍ୱରେ ଅଶ୍ଲୀଳ ଚଳଚ୍ଚିତ୍ରର ଚାହିଦାକୁ ଦେଖି ଏଥିପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ତାଲିମପ୍ରାପ୍ତ ଅଭିନେତା ଓ ଅଭିନେତ୍ରୀ ସୃଷ୍ଟି କରିବା ଆମାରାଣ୍ଟାଙ୍କ ଲକ୍ଷ୍ୟ । ସେ ଆସନ୍ତା ମାସରେ କଲମ୍ବିୟାର ରାଜଧାନୀ ବୋଗୋଟାରେ ଦ୍ୱିତୀୟ “ପନର୍୍ ବିଶ୍ୱବିଦ୍ୟାଳୟ’ ଖୋଲିବେ ।