କଲେଜରେ ବାର୍ଷିକ କ୍ରୀଡା ଉଦଯାପିତ

ହାଟଡ଼ିହି, (ବିକାଶ ବିଶ୍ୱାଳ ):ହାଟଡ଼ିହି ଆଞ୍ଚଳିକ ମହାବିଦ୍ୟାଳୟ ରେ ଚାରି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଦୁଇଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଦୁଇଦିନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରେ ଉଚ୍ଚ ଡିଆଁ, ଲମ୍ବଡିଆଁ, ଦୌଡ଼, ସଟଫୁଟ, ଡିସକସ, ଜାଭେଲିନ ଥୋ, କବାଡି, ଖୋ ଖୋ, ଆଦି ପ୍ରତିଯୋଗିତା ହୋଇଥିଲା ବେଳେ କଲେଜର ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏଥିରେ ଯୁକ୍ତ ତିନିରେ ବାଳିକା ବିଭାଗରେ ନିବେଦିତା ଆଇଚ, ବାଳକ ବିଭାଗରେ ମାଣିକ ମୁଣ୍ଡା, ଓ ଯୁକ୍ତ ୨ରେ ବାଳିକା ବିଭାଗରେ ଦିବ୍ୟଶିଖା ନାୟକ ଓ ବାଳକ ବିଭାଗରେ ରଘୁନାଥ ଟୁଡୁ ଚମ୍ପିୟାନ ହୋଇଥିଲେ। ଅଧ୍ୟାପକ ବିଜୟ କୁମାର ନାୟକ, ଗୌରାଙ୍ଗ ନାୟକ, ଅଜୟ କୁମାର ଦାସଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଭାପତି ଡାକ୍ତର ଗୋଲେଖ ବିହାରୀ ନାୟକ , କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡ଼ାର ଉପକାରିତା ସମ୍ପର୍କରେ ଆଲୋକପାତ କରାଇଥିଲେ। କୁ ଖେଳ ଶିକ୍ଷକ ଅବିନାଶ ରାଉତ, ପଦ୍ମନାଭ ସାମଲ କ୍ରୀଡା ପରିଚାଳନା କରିଥିଲେ। ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ କ୍ରୀଡା ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ