କଲେଜର ସମସ୍ୟା ସମ୍ପର୍କରେ ବିଧାୟକଙ୍କ ସହ ଆଲୋଚନା

କେନ୍ଦ୍ରାପଡ,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ତୁଳସୀ ମହିଳା ମହାବିଦ୍ୟାଳୟର ବିଭିନ୍ନ  ସମସ୍ୟା   ସମ୍ପର୍କରେ ସ୍ଥାନୀୟ ଉଦୟନଗରସ୍ଥିତ ପୈାର କଲ୍ୟାଣ ମଣ୍ଡପ ପରିସରରେ ଶୁକ୍ରବାର ଅପରାହ୍ନରେ ଏକ ବୈଠକ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ତୁଳସୀ ମହିଳା କଲେଜ ଅଧ୍ୟକ୍ଷ ଡଃ.ସ୍ମୃତିରଞ୍ଜନ ବେହେରା, ଅଧ୍ୟାପକ ଅଜୟ କୁମାର ରାଉତ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କଲେଜ ପାଚେରୀ ନିର୍ମାଣ,ବିଭିନ୍ନ ବିଭାଗର ଆବଶ୍ୟକ ଗୃହ ମରାମତି  ଓ ନିର୍ମାଣ ଭଳି ଉନ୍ନୟନ କାର୍ଯ୍ୟ ସମେତ କଲେଜର ବିଭିନ୍ନ ବିଭାଗର ସ୍ନାତକୋତ୍ତର(ପିଜି) ଶ୍ରେଣୀ ଖୋଲାଯିବା ପ୍ରଭୃତି ସମ୍ପର୍କରେ ଉଭୟ କଲେଜର ଛାତ୍ର ପ୍ରତିନିଧିମାନେ ବିଧାୟକଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ।  ବିଧାୟକ ଶ୍ରୀ ବେହେରା ଏହି ଦାବି ଗୁଡିକ ଖୁବ ଶୀଘ୍ର ପୁରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏତଦଭିନ୍ନ ଉଭୟ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇନଥିଲେ ମଧ୍ୟ  ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ଛାତ୍ର ପ୍ରତିନିଧିମାନେ ଦାବି କରିବାରେ ବିଧାୟକ ଶ୍ରୀ ବେହେରା ଏ ସମ୍ପର୍କରେ ସଂପୃକ୍ତ କଲେଜ ଅଧ୍ୟକ୍ଷଙ୍କ ସହିତ ବିଚାରବିମର୍ଶ ପରେ ନିଷ୍ପତି ଗ୍ରହଣ କରାଯିବାକୁ ପ୍ରତିଶୃତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଭୟ କଲେଜର ଅଧ୍ୟାପକ, ଅଧ୍ୟାପିକା, ତୁଳସୀ ମହିଳା କଲେଜର ଛାତ୍ରୀ ପ୍ରତିନିଧି ଭାବେ ସିପ୍ରା ଦାସ, ରାଜଶ୍ରୀ ଦାସ, ହରପ୍ରିୟା, ସୋନାଲି, ସାଗରିକା, ଦେବସ୍ମିତା  ଏବଂ କେନ୍ଦ୍ରାପଡା କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ଚିତରଞ୍ଜନ ଦାସ, ମନୋଜ, ଲିଙ୍କନ, ସମ୍ବିତ, ପୂଜା, ଓମ, ପ୍ରତାପ ପ୍ରମୁଖ ତିନିଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ