କଲେଜ୍ ଛାତ୍ରଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର -ହତ୍ୟା ସନ୍ଦେହ
ରାୟଗଡ-( ଯୁଗାବ୍ଦ ନ୍ୟୁଜ୍) ) : -ରାୟଗଡ଼ା ସହର କସ୍ତୁରୀନଗରରେ ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟି ଯାଇଛି ।କସ୍ତୁରୀ ନଗର ଛ ନମ୍ବର ଗଳିରେ ରହୁଥିବା ସତ୍ୟ ବାବୁଙ୍କ ପୁଅ ଏମ. ସୁରେଶ କୁମାରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ କସ୍ତୁରୀ ନଗର ୧ ନମ୍ବର ଗୋଳିରେ ଥିବା ଏକ ଦୋକାନ ସାମନାରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସ୍ କୁ ଖବର ଦେଇଥିଲେ।କିଛ ସମୟ ପରେ ପରିବାର ଲୋକ ପହଂଚି ସୁରେଶଙ୍କର ବୋଲି ଚିହ୍ନଟ କରଥିଲେ। ପରିବାର ତରଫରୁ ସୁରେଶକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ଗତ ରାତିରେ ସୁରେଶ ଘରକୁ ଫେରି ନଥିବାରୁ କସ୍ତୁରୀ ନଗର ଅଂଚଳରେ ଘଟ ପର୍ବ ଚାଲିଥିବାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି କୌଣସି ସାଙ୍ଗ ଘରେ ରହିଯାଇଥିବ ଭାବି ରାତିରେ ଖୋଜା ଖୋଜି କରି ନଥିଲେ। ସକାଳୁ ସକାଳୁ ସବୁ ପଡିଥିବା ଖବରପାଇ ସେହି ଅଂଚଳ ଲୋକରଣ୍ୟ ହୋଇଯାଇଥିଲା। ମୃତ ସୁରେଶ ରାୟଗଡ଼ା ମହାବିଦ୍ୟାଳୟରେ +୨ ଅଧ୍ୟୟନ କରୁଥିବା ଜଣାଯାଇଛି। ଛାତ୍ର ମୁଣ୍ଡରେ ମାଡ଼ହୋଇ ରକ୍ତାକ୍ତ ଅବସ୍ଥାରେ ପଡିଥିବାରୁ ସ୍ଥାନୀୟ ବାସିନ୍ଦା ଜଗନ୍ନାଥ ମାଣ୍ଡଙ୍ଗି ମଧ୍ୟ ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ଏସପି ଶ୍ରବଣ ବିବେକ ଏମ୍ ଙ୍କ ସହ ରାୟଗଡ ପୋଲିସ୍ ପହଞ୍ଚି ଛାତ୍ରଙ୍କ ମର ଶରୀର ଜବତ କରିବା ସହ ଘଟଣାକୁ ଗୁରୁତର ସହ ଅନୁସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ପରିବାର ପକ୍ଷରୁ ହତ୍ୟା କରଯାଇଥିବା ଅଭିଯୋଗ ହୋଇଛି । ମୃତ ଦେହ ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରିଦିଆଯାଇଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିବାପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଏସ୍ ପି ଶ୍ରବଣ ବିବେକ ଏମ୍ କହିଛନ୍ତି।