ମୈାସୁମୀ ଅଧିବେସନ ପାଇଁ ସରକାର ଡାକିଲେ ସର୍ବଦଳୀୟ ବୈଠକ
ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଆସନ୍ତା ୧୯ ତାରିଖରେ ସର୍ବ ଦଳୀୟ ବୈଠକ ଡାକିଛନ୍ତି । ସମସ୍ତ ରାଜନୈତିକ ଦଳର ଅଧ୍ୟକ୍ଷକଙ୍କୁ ନେଇ ଜୁନ ୧୯ ତାରିଖରେ ସର୍ବ ଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁନ୨୦ ତାରିଖରେ ଉଭୟ ଲୋକ ସଭା ଓ ରାଜ୍ୟସଭା ନବନିର୍ବାଚିତ ସାଂସଦ ମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଛି । ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବିସୟରେ ସୂଚନା ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯ ତାରିଖରେ ଏକ ବୈଠକ କରି ଏକ ଦେଶ ଏକ ନିର୍ବାଚନ ଏବଂ ଜାତୀର ପିତା ମହାତ୍ମାଗାନ୍ଧୀଙ୍କ ପୁର୍ଣ୍ଣ୍ର୍ୟ ଜୟନ୍ତିରେ ଦେଶ ସହିତ ଜଡିତ ଅନେକ ଗୁରୁତ୍ପ ପୂର୍ଣ୍ଣ ବିସୟରେ ଆଲୋଚନା କରିବେ । ସଂସଦରେ ଏନଡିଏ ସରକାର ଏକ ଦଳୀୟ ଭାବନା ଆଣିବାକୁ ଚେଷ୍ଟା କରୁଛି । ସୂଚନା ଅନୁସାରେ ଆସନ୍ତା କାଲି ଠାରୁ ମୈାସୁମି ଅଧିବେଶନ ଆରମ୍ଭ ହେଉଛି । ସଂସଦ କିଭଳି ଭାବେ ସୁଚାରୁ ରୁପେ ପରିଚାଳନା କରାଯାଇପାରିବ ସେଥି ପାଇଁ ସର୍ବ ଦଳୀୟ ବୈଠକ ଡକାଯାଇଛି । ଏହି ବୈଠକରେ ନରେନ୍ଦ୍ର ମୋଦି , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ,ସମାଜବାଦୀ ପାର୍ଟି ନେତା ରାମ ଗୋପାଳ ଯାଦବ , ବିଜେପିର ରାଜ୍ୟ ସଭାର ନେତା ଥାବର ଚନ୍ଦ୍ର ଗେହଲଟ୍ ଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।


