କଲେଜ ଡାଟା ଏଣ୍ଟ୍ରୀ ଅପରେଟର ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ନିଖିଳ ଓଡିଶା ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଡାଟା ଏଣ୍ଟ୍ରୀ ଅପରେଟର ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ବସନ୍ତ କୁମାର ରାଉତଙ୍କୁ ପ୍ରଦାନ କରାଯାଇଛି । ସଙ୍ଘର ଜିଲ୍ଲା ସଂଯୋଜକ ଅଶୋକ କୁମାର ମିଶ୍ରଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିବା ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ୧୧ବର୍ଷରୁ ଉର୍ଦ୍ଧ୍ୱ ହେବ ବେସରକାରୀ (୪୮୮ ଓ ୬୬୨ବର୍ଗର)କଲେଜ ଗୁଡିକର ପରିଚାଳନା ସମିତି ଦ୍ୱାରା ସେମାନଙ୍କୁ ସ୍ଥାୟି ନିଯୁକ୍ତି ପ୍ରଦାନ କରାଯାଇଛି । କଲେଜ ଗୁଡିକ ପାଇଁ ଆରମ୍ଭ ହୋଇଥିବା ସୂଚନା ଓ ପ୍ରଯୁକ୍ତି(ଆଇ.ଟି.) ଅନୁଯାଇ ସେମାନେ ଅନ୍ଲାଇନ ସର୍ଭିସରେ ଇ-ଆଡମିଶନ, ଇ- ଅଡମିନିଷ୍ଟ୍ରେସନ, ଇ- ଏକ୍ସାମିନେସନ, ଇ-ସ୍କଲାରସିପ, ଏଚ.ଆର.ଏମ.ଏସ.,ଇ-ଡେସପାଚ,ଅନଲାଇନ ଏମ.ଆଇ.ଏସ., କଲେଜ ଆକାଉଣ୍ଟିଂ ପ୍ରୋସିଡିଓର ସମେତ କଲେଜର ଦୈନନ୍ଦିନ କାର୍ଯ୍ୟକୁ ନିର୍ବାହ କରିଥାନ୍ତି । ଡାଟା ଏଣ୍ଟ୍ରୀ ଅପରେଟର ସଙ୍ଘ ପକ୍ଷରୁ କଲେଜ ଗୁଡିକରେ ଖାଲି ପଡିଥିବା କନିଷ୍ଠ କିରାଣି ପଦରେ ଡାଟା ଏଣ୍ଟ୍ରୀ ଅପରେଟରଙ୍କୁ ନିଯୁକ୍ତି ପ୍ରଦାନ କରାଯିବାକୁ ବିଭାଗୀୟ ଷ୍ଟାଡିଂ କମିଟିର ଗତ ତା ୧୬.୦୧.୨୦୧୯ ଓ ୩୦.୦୧.୨୦୧୯ରିଖର ପତ୍ର ଅନୁଯାଇ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶକ ଏବଂ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା କୁହାଯାଇଛି । ଏତଦବ୍ୟତିତ କଲେଜର ଅନ୍ୟ କର୍ମଚାରୀଙ୍କ ଭଳି ସେମାନଙ୍କୁ ମଧ୍ୟ ସରକାରୀ ଅନୁଦାନପ୍ରାପ୍ତ ଆଇନ ଅନୁଯାଇ ସାମିଲ କରାଯିବାକୁ ସଙ୍ଘ ପକ୍ଷରୁ ନିବେଦନ କରାଯାଇଛି । ସଙ୍ଘ ପକ୍ଷରୁ ଶ୍ରୀଧର ପ୍ରସାଦ ବିଶ୍ୱାଳ, ଲଳିତ କୁମାର ଜେନା, ଦେବେନ୍ଦ୍ର କୁମାର ଦାସ, ପ୍ରୀତିରଞ୍ଜନ ମହାନ୍ତି, ଜଗତ ଭୂଷଣ ରଥ, ଚିନ୍ମୟୀ ଦାସ, ମନୋଜ କୁମାର ସାହୁ, ପ୍ରତାପ କୁମାର ସାମଲ, ଅନୁସୂୟା ବଳ, ଅପର୍ଣ୍ଣା ନାୟକ, ଶୁଭାସିନି ପ୍ରଧାନ, ସୁଶ୍ରିତା ବିଶ୍ୱାଳ , ଜ୍ୟୋତିରଞ୍ଜନ ଜେନା, ସଂଘମିତ୍ରା ସାମଲ, ମନୋଜ କୁମାର ମେକାପ , ଚିନ୍ମୟ ରଞ୍ଜନ ଦାସ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ