କଲେଜ ନିକଟରୁ ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର
ଦଶପଲ୍ଲା, ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟ ନିକଟରୁ ଆଜି ଅପରାହ୍ନରେ ସନ୍ଦେହ ଜନକ ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣଙ୍କ ହେଲେ ସ୍ଥାନୀୟ ତଅଁଳା ସାହି ଗ୍ରାମର ପିଟୁଂ ବେହେରା(୨୬) । ପରିବାର ଲୋକଙ୍କ କହିବା ଅନୁଯାୟୀ ସକାଳୁ ସେ ଘରୁ ଯାଇଥିବା ବେଳେ ଆଉ ଆସିନଥିଲେ । କିଛି ବ୍ୟକ୍ତି ଦେଖି ଖବର ଦେବାପରେ ତାଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆସନ୍ତାକାଲି ଶବ ବ୍ୟବଛେଦ କରାଯିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ ପ୍ରକାଶ କରିଛି ।