କଲେଜ ରାସ୍ତା ଅବସ୍ଥା ଶୋଚନୀୟ: ମରାମତି ନହେଲେ ଆନ୍ଦୋଳନ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଅଧିନ କନ୍ତିଆ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ଓ ବିଦ୍ୟାଳୟ, କନ୍ତିଆ ସ୍କୁଲ ସମେତ କନ୍ତିଆ ଗ୍ରାମର ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ ଲୋକ ନିର୍ଭର କରୁଥିବା କନ୍ତିଆ ଯେନା ସାହି ରାସ୍ତା ଠାରୁ ଆର୍.ଡି. ରାସ୍ତା କନ୍ତିଆ ଛକ ଭାୟା ନାୟକ ସାହି ରାସ୍ତା ମରାମତି ଅଭାବରୁ କାଦୁଅ ସମେତ ଖାଲଖମାରେ ଭର୍ତ୍ତି ହୋଇଛି । ଅସରାଏ ବର୍ଷାରେ ଖାଲରେ ୨ ଫୁଟ୍ ପାଣି ଜମି ରହୁଛି । ଏହି ରାସ୍ତା ଦେଇ ପ୍ରତିଦିନ ୬ ଶହରୁ ଉର୍ଦ୍ଧ୍ୱ ସ୍କୁଲ, କଲେଜ ଛାତ୍ରଛାତ୍ରୀ ସମେତ କନ୍ତିଆ ଗ୍ରାମର ସାହୁସାହି, ନାୟକସାହି, ଶାସନ, ଜେନାସାହିର ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ ଲୋକ ଯିବା ଆସିବା କରିଥାନ୍ତି । ଆର୍.ଡି ରୋଡ୍ କନ୍ତିଆ ଛକ ଠାରୁ ଜେନାସାହି ପର୍ଯ୍ୟନ୍ତ ୧ କିମି ୫ ଶହ ମିଟର ରାସ୍ତାକୁ ଆଗାମୀ ବର୍ଷା ଦିନ ପୂର୍ବରୁ ତୁରନ୍ତ ମରାମତି କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ନହେଲେ ଆଗାମୀ ଦିନରେ ଜନଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।