କଳମ୍ବ ଗ୍ରାମ ରକ୍ତ ରଞ୍ଜିତ : ଯୁବକଙ୍କୁ ହାଣି ନିର୍ମମ ହତ୍ୟା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗ୍ରାମରେ ସେହି ଗ୍ରାମର ବିକାଶ ସାହୁ ଓରଫ କାଉ(୨୮)ଙ୍କ ମୁଣ୍ଡ ଓ ବେକକୁ ହାଣି ମଇ ୧୪ ତାରିଖ ରାତ୍ରରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟାର ଶିକାର ହୋଇଥିବା ବିକାଶଙ୍କ ପରିବାର ପକ୍ଷରୁ କହିବା ପ୍ରକାରେ କଳମ୍ବ ଗ୍ରାମରେ ମଇ ମାସ ୬ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଉପଲକ୍ଷେ ନାମଯଜ୍ଞ, ଅନ୍ନ ଯଜ୍ଞ ଓ ଜ୍ଞାନ ଯଜ୍ଞ ଚାଲିଥିଲା। ସେହି କାର୍ଯ୍ୟ ସମୟରେ କିଛି ଯୁବକ ପେଏଁକାଳି ବଜାଇ ବିକଟାଳ ଶବ୍ଦ କରି ବୁଲୁଥିଲେ। ଗ୍ରାମରେ ଯଜ୍ଞ କାର୍ଯ୍ୟ ସମୟରେ ବିକଟାଳ ଶବ୍ଦ ନକରିବା ପାଇଁ ବିକାଶ ସେମାନଙ୍କୁ କହିଥିଲେ । ଏହି ଘଟଣାକୁ ନେଇ ଗ୍ରାମର ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ପରେ ଘଟଣା କୁନେଇ ପରିସ୍ଥିତି ସାମାନ୍ୟ ସୁଧୁରିଥିଲେ ମଧ୍ୟ ରାଗ ଥମିନଥିଲା।ଶନିବାର ରାତ୍ର ସମୟରେ କଳମ୍ବ ଗ୍ରାମରେ ଜ୍ଞାନ ଯଜ୍ଞ ଚାଲିଥିବା ସମୟରେ ବିକାଶ ସାହୁର ବିପକ୍ଷ ଗୋଷ୍ଠୀର ଯୁବକମାନେ ବିକାଶର ଘର ନିକଟକୁ ଯାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଫେରିବା ସମୟରେ ବିକାଶକୁ ବିଦ୍ୟାଳୟ ସମ୍ମୁଖରେ ଦେଖି ସଙ୍ଘବଦ୍ଧ ଭାବେ ଧାରୁଆ ଅସ୍ତ୍ର ରେ ବିକାଶର ଗଳା ଓ ମୁଣ୍ଡକୁ ହାଣି ହତ୍ଯା କରିଥିଲେ। ଏନେଇ ମୃତ ବିକାଶର ବାପା କେଦାରନାଥ ସାହୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ଘଟଣା ପରେ ପରିବାର ପକ୍ଷରୁ ପୋଲସରା ପୋଲିସ ଥାନାକୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଶବକୁ ଜବତ କରିଥିଲେ। ମୃତ ବିକାଶଙ୍କ ପରିବାରର ଅଭିଯୋଗ କ୍ରମେ ପୋଲସରା ପୋଲିସ ଥାନା କେଶ ନମ୍ବର ୧୯୨/୨୨ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। କଲମ୍ବ ଗ୍ରାମରେ ପୋଲିସ ମୁତୟନ ରହିଥିବା ବେଳେ ହତ୍ୟାକାଣ୍ଡର ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଅନୁସନ୍ଧାନ ଜାରିରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ