କଳାକାରମାନଙ୍କ ଜୀବନ ଜୀବିକାର ସୁରକ୍ଷା ନିମନ୍ତେ ଗଂଜାମ ଜିଲ୍ଲା କଳାକାର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର
ଛତ୍ରପୁର,(ଦେବଦତ୍ତ ମହାରଣା): ଗଂଜାମ ଜିଲ୍ଲାର କଳାକାରମାନଙ୍କ ଜୀବନ ଜୀବିକାର ସୁରକ୍ଷା ନିମନ୍ତେ ସୋମାବାର ଗଂଜାମ ଜିଲ୍ଲା କଳାକାର ମହାସଂଘ ପକ୍ଷରୁ ଏକ ଲିଖିତ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଦାନ କରାଯାଇଛି । ଗଂଜାମ ଜିଲ୍ଲାରେ ସମଗ୍ର ଓଡିଶାର କଳା ଓ ସଂସ୍କୃତିର କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ଭାବେ ଇତିହାସ ପୃଷ୍ଟ ମଣ୍ଡନ କରିଅଛି । ଏହି ଜିଲ୍ଲାର ସଂଗିତ , ବାଦ୍ୟ ଯନ୍ତ୍ରୀ , ନାଟକ, ଅଭିନେତା, ଅଭିନେତ୍ରୀ ଆଦି ସୃଷ୍ଟି ହୋଇ ଭାରତରେ ତଥା ବର୍ହିଦେଶରେ ମଧ୍ୟ ବହୁତ କ୍ଷାତି ଅର୍ଜନ କରି କଳା ସଂସ୍କୃତିର ଆକାଶରେ ଧୃବ ତାରାଭଳି ପ୍ରଜ୍ୱଳିତ ହୋଇଛନ୍ତି । ଆଜି ଏହି କରୋନା ରୂପି ମହାକାଳର ଚକ୍ରବ୍ୟୁହରେ ଏପରି ଆବଦ୍ଧ ଯେ, ସେ ଚକ୍ରବ୍ୟୁହରେ ଶହ ଶହ କଳାକାର , ଅଭିନେତା, ଅଭିନେତ୍ରୀ , ଯେଉଁ ମାନେ ମଞ୍ଚ ନାଟ୍ୟକୁ ସମ୍ବଳ କରି ଜୀବନ ଜୀବିକା ଅତିବାହିତ କରୁଥିଲେ ସେମାନେ ଆଜି କାଳରୂପି କରୋନା ପ୍ରତିବିହିତ ପାଇଁ ହୋଇଥିବା ସରକାରୀ ନିୟମ କବଳରେ କବଳିତ । ସେମାନଙ୍କର ରାହା ଶୁଣିବାକୁ ତାଙ୍କର ପେଟପାଟଣାର କଥାକୁ ଯଦି ସରକାର ଗୁରୁତର ସହ ବିଚାର ନ କରନ୍ତି ତେବେ ଭୋକ ଉପାସ ଆଉ ଦରିଦ୍ରତାର ଉପ୍ତିଡନାରେ କେବଳ ସେମାନଙ୍କ ର ଜୀବନ ଜିବିକାର ସମାପ୍ତି ଘଟିବନି । କଳା ସଂସ୍କୃତି ଜିଲ୍ଲାରେ ଏକ ପ୍ରକାର ଲୋପ ପାଇଯିବାର ଅଶଙ୍କା ରହିଛି । କରୋନା ମହାମାରୀ ଯୋଗୁଁ ଜିଲ୍ଲାର ବହୁ କଳାକାର ମାନେ ନିଜ କଳା ଛାଡି ନିଜ ପରିବାର ଚଳାଇବା ନିମନ୍ତେ ରାସ୍ତାକଡକୁ ଆସି ବିଭିନ୍ନ କିଏ ପେପର ବାଣ୍ଟିଛୁତ କିଏ କ୍ଷୀର ବିକ୍ରି କରୁଛି । ଆଉ କିଏ ଗାଁ ଗାଁକୁ ବୁଲି ପରିବା ଏବଂ ଚା ବିକ୍ରି କରୁଥିବା ମଧ୍ୟ ଅଧିକାଂଶ ଗ୍ରାମାଞ୍ଚଳ ଠାରୁ ଆରମ୍ଭ ସହରାଞ୍ଚଳରେ ଦେଖିବାକୁ ମିଳିଛି । କରୋନା ଜିଲ୍ଲାରେ ଶୂନ ହେବା ଲାଗି ପ୍ରଶାସନିକ ଅଧିକାରୀ ମାନଙ୍କ ଠାରୁ ଆରମ୍ଭ ସବୁ ସ୍ତରରେ ଲୋକମାନେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ଜିଲ୍ଲାରେ ସ୍ଥିତି ସୁଧାର ଆସିବାକୁ ଲାଗିଛି । ଏଥି ସକାଶେ କେତକ କଟକଣା ଉଠିଛୁ ତ ଆଉ କେତକ କଟକଣା କୁ କୋହଳ କରି ବିଭିନ୍ନ ବ୍ୟବସାୟୀ ଲୋକମାନେ ଆସ୍ତେ ଆସ୍ତେ ଆରମ୍ଭ କରିଲେଣି । ହେଲେ କଳା କାରମାନଙ୍କ ନିମନ୍ତେ ଏପର୍ଯ୍ୟନ୍ତ ସରକାର କୈାଣସି ନିୟମ କୋହଳ କରିନାହାଁନ୍ତି । ତେଣୁ ଜିଲ୍ଲାର କଳାକାର ମାନେ ନିଜ ସହ ନିଜ ପରିବାରର କିପରୀ ଚଳାଇବେ । ତେଣୁ ସରକାରଙ୍କ କଳାକାରଙ୍କ ପ୍ରତି ବିଭିନ୍ନ ସୁବ୍ୟସ୍ଥା କରିଲେ ସେମାନେ ଉପକୃତ ହେବ । ଏହାସହ କରୋନା ମହାମାରୀରେ ସେମାନଙ୍କ ଅର୍ଥିକ ମେରୁଦଣ୍ଡ ଭାଙ୍ଗିଥିବାରୁ ଏଭଳି ସଂଙ୍କଟ ମୟ ପରିସ୍ଥିତିରେ କଳାକାର ମାନଙ୍କୁ ଆର୍ଥିକ ଅନୁଦାନ ପ୍ରଦାନ କରିବା ନିମନ୍ତେ ଏହି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଗଂଜାମ ଜିଲ୍ଲା କଳାକାର ମହାସଂଘର ସଭାପତି ଓ ସମ୍ପାଦକ ଙ୍କ ସମେତ ବହୁ ସଭ୍ୟ ମାନେ ଉପସ୍ଥିତ ଥିଲେ ।