କଳାକାରମାନଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ଆମରଣ ଅନଶନ ଓ ଗଣଧାରଣା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଆମେ ଓଡ଼ିଶା ଯାତ୍ରା କଳାକାର କର୍ମଚାରୀ ସଂଘ ତଥା ରାଜ୍ୟର ସମସ୍ତ ବର୍ଗର କଳାକାର ବିନମ୍ରତାର ସହିତ ନିବେଦନ କରୁଅଛୁ କି ଦୀର୍ଘ ଏଗାରମାସ ଧରି କୋଭିଡ଼ କଟକଣାକୁ ସମ୍ମାନ ଦେଇ ଆମେ ଘରେ ବସିରହିଛୁ, ଭୋକ ଓ ପେଟର ଜ୍ୱାଳା ସହିନପାରି ଅନେକ କଳାକାର ଦାଦନ ଖଟିବାକୁ ଚାଲି ଯାଇଥିବା ବେଳେ ଶହ ଶହ କଳାକାର ବାହାର ରାଜ୍ୟରେ ଡ୍ୟାନ୍ସ କରିବାକୁ ଯାଇ ସେଠାରେ ନିଜ ପିଲା ପରିବାର ସହିତ ବନ୍ଧା ପଡ଼ି ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଅନେକ କଳାକାର ରୋଗାଗ୍ରସ୍ଥ ହୋଇ ସଙ୍କଟାପନ୍ନ ଅବସ୍ଥାରେ ଅର୍ଥ ଅଭାବରୁ ଚିକିତ୍ସିତ ହୋଇନପାରି ମୃତ୍ୟୁବରଣ କରିଛନ୍ତି । ମାନ୍ୟବର ରାଜ୍ୟ ସରକାର ଫେବୃୟାରୀ ମାସ କୋଭିଡ଼ ଗାଇଡ଼ ଲାଇନରେ ପାଞ୍ଚଶହ ଲୋକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପାଞ୍ଚଶହ ଦର୍ଶକ ଦେଖିବା ପାଇଁ ଅନୁମତି ଦେବାକୁ ଲ ଲର୍ଡ଼ର ସିଚୁଏସନ ବ୍ୟାହତ ହେବ କହି ଅନୁମତି ଦେଉନାହାଁନ୍ତି ଯାହା ଫଳରେ ହଜାର ହଜାର କଳାକାର ପାଇଁ ମରିବା ବଞ୍ôଚବା ସମାନ ହୋଇଯାଇଛି । ଜୀବିକା ହରାଇ କଳାକାରଙ୍କ ସଂଘର୍ଷମୟ ଜୀବନ ହାହୁତାଶର ଯନ୍ତ୍ରଣା ଭିତରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ।ମାନନୀୟ ଅଧିକାରୀ ମହୋଦୟ, ସମସ୍ତଙ୍କ ପାଇଁ କରୋନା କଟକଣା କୋହଳ କରି ଦିଆଯାଇଥିବା ବେଳେ ଅମକୁ ଅନୁମତି ନଦେଇ ଆମ ପ୍ରତି ଅବିଚାର କରାଯାଉଛି । ଏଣୁ ବିନମ୍ରତାର ସହ ନିବେଦନ କରୁଅଛୁ, ଆମେ ଅସନ୍ତା ଫେବୃୟାରୀ ୨୨ ତାରିଖରୁ ଓଡ଼ିଶା ଯାତ୍ରା କଳାକାର କର୍ମଚାରୀ ସଂଘ ତଥା ଅନ୍ୟାନ୍ୟ ସମସ୍ତ ବର୍ଗର କଳାକାରମାନଙ୍କୁ ନେଇ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଲୋୟର ପିଏମ୍‌ଜିରେ ଧାରଣାରେ ବସିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆମ ଦାବି ଜଣାଇବୁ । ଏଣୁ ଆପଣ ହଜାର ହଜାର ସବୁ କଳାକାର କର୍ମଚାରୀମାନଙ୍କ ଭାବାବେଗକୁ ବିଚାରକୁ ନେଇ ମିଡ଼ିଆରେ ପ୍ରକାଶ କଲେ ଆମେ ନିଷ୍ପେଷିତ କଳାକାର ଆପଣଙ୍କ ନିକଟରେ ଚିର କୃତଜ୍ଞ ରହିବୁ । ଆମ୍ଭର ଦାବି : ୨ ହଜାର ଦର୍ଶକରେ ସବୁ ବର୍ଗର କଳା ପରିବେଷଣ କରିବାକୁ ଅନୁମତି ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ସରକାର ୨୦.୧୧.୨୦୧୯ରିଖରେ ଆମର ୧୨ ଦଫା ଦାବି ଉପରେ ଆଲୋଚନା କରିବା ନିମନ୍ତେ ଆମକୁ ଚିଠି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର ଆଲୋଚନା ପାଇଁ ଡ଼ାକିଲେ ନାହିଁ । ତୁରନ୍ତ ଉକ୍ତ ଦାବିକୁ ପୂରଣ କରାଯାଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ