କଳାଦାଗ ଦୂରକରେ ନିମ୍ବପତ୍ର
ଅନେକଙ୍କ ମୁହଁରେ କଳାଦାଗ ରହିଥିବା ଦେଖିବାକୁ ମିଳିଥାଏ । ଏହା ଦ୍ୱାରା ମୁହଁ ଅସୁନ୍ଦର ଦେଖାଯାଇଥାଏ । ଫଳରେ ମୁହଁର ଉଜ୍ଜ୍ୱଳପଣିଆ କମିଯିବା ସହ ଚମକ ଫିକା ପଡ଼ିଯାଏ । ଏଥିପାଇଁ ଏବେ ବଜାରରେ ଅନେକ ପ୍ରକାର ଔଷଧ କିମ୍ବା କ୍ରିମ୍ ମିଳୁଛି । କିନ୍ତୁ ସେସବୁ ବ୍ୟବହାର ନ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ତେବେ ଏହି ସମସ୍ୟାର ସମାଧାନ ଆୟୁର୍ବେଦ ପାଖରେ ମଧ୍ୟ ରହିଛି । ଦେଶୀ ଚିକିତ୍ସା ଦ୍ୱାରା ମୁହଁରେ କଳାଦାଗ ସମସ୍ୟା ଦୂର କରିହେବ ବୋଲି ଆୟୁର୍ବେଦ ଭରସା ଦେଇଛି । ପ୍ରତିଦିନ ସକାଳେ ଦୁଇଟି ନିମ୍ବପତ୍ର ମୁଣ୍ଡରେ ମାରି ଖାଇବା ଦ୍ୱାରା ମୁହଁର ଚମକ ବଢ଼ିଥାଏ । ନିୟମିତ ଖାଇବା ଦ୍ୱାରା ମୁହଁରେ ଦାଗ ଲିଭିଯିବ । ଏହା ସହ ଅନେକ ରୋଗ ମଧ୍ୟ ଭଲ ହୋଇଯିବ ।