କଳାପାଞ୍ଚଣ ପଞ୍ଚାୟତ ରେ ବିଜେପି ର ବୈଠକ ଅନୁଷ୍ଠି

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ କଳାପାଞ୍ଚଣ ପଞ୍ଚାୟତ ର ମାଧିଵ୍ରହ୍ମପୁର ମୌଜା ରେ ବିଜେପି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁରୀ ଜିଲ୍ଲା ୨୧ ନଂ ପୂର୍ବତନ ଜିଲାପରିଷଦ ସଭ୍ୟ ପୁର୍ଣଚନ୍ଦ୍ର ଓଝା ,ଚାରିଛକ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁ ,ଚାରିଛକ ଜୋନ ର ପ୍ରଭାରୀ ଶ୍ୟାମ ସୁନ୍ଦର ସାହୁ, ଜ୍ୟୋତିରଞ୍ଜନ ପାତ୍ର ପ୍ରମୁଖ ଯୋଗଦାନ କରି ଆଗାମୀ ୨୦୨୪ ମସିହା ନିର୍ବାଚନରେ କିଭଳି ଭାବେ ବିଜେପି ଦଳ ବହୁ ସଂଖ୍ୟକ ଭାବେ ବୁଥ ରେ ବିଜୟ ଲାଭ କରିବ ସବିଶେଷ ଆଲୋଚନା କରିଥିଲେ ।ବୁଥ ପାଇଁ ନୂତନ ସଭାପତି ନରେନ୍ଦ୍ର ଲେଙ୍କା ଓ ନୂତନ କର୍ମକର୍ତ୍ତା ଚୟନ କରାଯାଇ ସେମାନଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଥିଲା ।ଏହି ବୈଠକରେ ୧୯୬ ନମ୍ବର ବୁଥ କମିଟି ସଭାପତି ପ୍ରଶାନ୍ତ ଗିଲି, ମାଧିଵ୍ରହ୍ମପୁର ବୁଥ ପ୍ରଭାରୀ ଧନେଶ୍ୱର ପାତ୍ର, ପ୍ରମୋଦ ଲେଙ୍କା ,କୈଳାସ ଲେଙ୍କା ,ବୈକୁଣ୍ଠ ଲେଙ୍କା , ଅକ୍ରୁର ଲେଙ୍କା, ଶେଖ ହୁମାୟୁନ ,ରଘୁନାଥ ଲେଙ୍କା, ମଇନ ଭୋଇ ,ଅର୍ଜୁନ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ