ଶ୍ରେଷ୍ଠ ଲାଇଫଗାର୍ଡ ପୁରସ୍କାର ପାଇଲେ ଅସ୍ତରଙ୍ଗ ର ବାବୁ
ନିମାପଡା, (ସନ୍ତୋଷ ଦାଶ):ଡିସେମ୍ବର ୬ ତାରିଖ ଦିନ ପାଳିତ ହୋଇଥିଲା ୬୦ ତମ ଗୃହରକ୍ଷୀ ଦିବସ ।ଏହି ଅବସରରେ ଚଳିତବର୍ଷ ପୁରୀ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଶ୍ରେଷ୍ଠ ଲାଇଫଗାର୍ଡ ଭାବରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସହନ ଗ୍ରାମର ବାବୁ ବେହେରା ଙ୍କୁ ସମ୍ମାନିତ କରାଯାଇଥିଲା। ପୁରୀ ରିଜର୍ଭ ପୁଲିସ ପରେଡ ଗ୍ରାଉଣ୍ଡ ରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହ ରେ ଶ୍ରୀ ବେହେରା ସମ୍ମାନିତ ହୋଇଛନ୍ତି।ଦୀର୍ଘ ଏଗାର ବର୍ଷ ଧରି ଓଡିଶା ଅଗ୍ନି ଓ ନିରାପତ୍ତା ବାହିନୀ ଅଧୀନରେ ଲାଇଫ ଗାର୍ଡ ଭାବେ ଅତ୍ୟନ୍ତ ନିଷ୍ଟାର ସହ ଶ୍ରୀ ବେହେରା କାର୍ଯ୍ୟ କରି ଆସୁଛନ୍ତି। ଶ୍ରୀ ବେହେରା ପୁରୀ, ଚନ୍ଦ୍ରଭାଗା ଓ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନ ରେ ଅନୁଷ୍ଠିତ ପର୍ବପର୍ବାଣୀ ସମୟରେ ବିଭିନ୍ନ ସେବା ଓ ଉଦ୍ଧାର କାର୍ଯ୍ୟ କରି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୧୦୦ରୁ ଉର୍ଦ୍ଧ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଙ୍କ ସମେତ ବିଦେଶୀ ପର୍ଯ୍ୟଟକ ଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଛନ୍ତି । ଶ୍ରୀ ବେହେରା ସମ୍ମାନୀତ ହେବା ପରେ ଅସ୍ତରଙ୍ଗ ଅଞ୍ଚଳ ରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଛା ଓ ଅଭିନନ୍ଦନ ମିଳିଛି।


