କଳାଭୂମି ପକ୍ଷରୁ ଅହିଂସା ପଦଯାତ୍ରା ମହାବୀରଙ୍କ ଠାରୁ ମହାତ୍ମା ଗାନ୍ଧୀ ପିସ ସେଣ୍ଟର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗାନ୍ଧିଜୀଙ୍କ କାଳଜୟୀ ଉକ୍ତି ଅହିଂସା ପରମୋ ଧର୍ମ , ଅହିଂସା ମାଧ୍ୟମରେ ବିଶ୍ୱରେ ଶାନ୍ତି ଓ ଭାଇଚାରା ବଜାଇ ରହିପାରିବ । ମହାବୀର ଜୈନ ଙ୍କ ଅହିଂସା ଆଜି କିପରି ଗାନ୍ଧୀଙ୍କ ଜୀବନରେ କିପରି ସାଫଲ୍ୟ ମଣ୍ଡିତ ହୋଇପାରିଛି ତାହା ଏହି ପଦଯାତ୍ରା ରେ ସମାଜକୁ ବାର୍ତ୍ତା ଦିଆଯାଇଥିଲା । ଜୈନ ର ବିଶ୍ୱ ଐତିହ ଖଣ୍ଡଗିରି ପାଦଦେଶରୁ ଏହି ପଦଯାତ୍ରା ଆରଂଭ ହୋଇ ଗାନ୍ଧୀ ଶାନ୍ତି କେନ୍ଦ୍ର ଠାରେ ସମାପ୍ତ ହୋଇଥିଲା । ଏହି ପଦଯାତ୍ରା ର ଭିଜିଲାନ୍ସ ପବ୍ଲିକ ପ୍ରସିକ୍ୟୁଟର ଅଜିତ କୁମାର ପଟ୍ଟନାୟକ , ଉପଦେଷ୍ଟା ତଥା ସମାଜସେବୀ ମହାସଂଘ ସଭାପତି ନାରାୟଣ ଚନ୍ଦ୍ର ଓଝା , ଚଳଚ୍ଚିତ୍ର ଅଭିନେତା ଅମନ , କଳାଭୂମିର ସଦସ୍ୟା ନାଜିରା ରେହମତ ଫତିମା , ଜୈନ ଚେୟାର ର ସଂଯୋଜିକା ଡ଼ ସୁଚିତ୍ରା ଦାସ ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ଉପରେ ଆଲୋକପାତ କରିଥିଲେ । ସୃତି ମିଶ୍ର , ସ୍ୱାଗତିକା ମହାନ୍ତି , ସ୍ୱାତି ମିଶ୍ର , ରୋହିତ ନାୟକ , ତନ୍ମୟ ସାମନ୍ତରାୟ , ଚିତ୍ତରଞ୍ଜନ ଦାସ ପ୍ରମୁଖ ଏହି ପଦଯାତ୍ରା ରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ କଳାଭୂମି ର ଅଧ୍ୟକ୍ଷ ପ୍ରମୋଦ କୁମାର ପତି ।ଏହି ସଂଗ୍ରହାଳୟ ଗାନ୍ଧିଜୀଙ୍କ ସମ୍ପୂର୍ଣ ଜୀବନୀ ଉପରେ ଗାଥା ବହନ କରୁଛି । ଏହି ସଂଗ୍ରାହାଳୟ ଓଡିଶା ପର୍ଯ୍ୟଟନ ବିଭାଗ ଓ ଆଦିତ୍ୟ ବିର୍ଲା ମିଳିତ ସହବନ୍ଧିତ ହୋଇଛି ଏହି ଗାନ୍ଧୀ ଶାନ୍ତି ସେଣ୍ଟର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ