କଳା,ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଓଡିଶାରେ ନାଉଗାଁ ପରିଚୟ ସ୍ୱତନ୍ତ୍ର
ନଉଗାଁ,: ନାଉଗାଁ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ୫ମ ନାଉଗାଁ ଉତ୍ସବର ଅବସରରେ ଶିଖରଘାଟ ବାଲିଯାତ୍ରା ପଡିଆରେ ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବ ଓ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କବି ଓ ସାହିତ୍ୟକ ବିନା ଜାତି ଆଉ ସଂସ୍କୃତିର ପରିଚୟ ଅସମ୍ଭବ । ବାଲିଯାତ୍ରା ପଡିଆ ନାଉଗାଁର ଐତିହ୍ୟ ଓ ସଂସ୍କୃତିର ଏକ ନିଆରା ପରିଚୟ ସୃଷ୍ଟି କରିଛି ବୋଲି ଉପସ୍ଥିତ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଚାଇନା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଡଃ. ସୁରେନ୍ଦ୍ର ନାଥ ତ୍ରିପାଠୀ, କବି ଅଧ୍ୟାପକ ପ୍ରସନ୍ନ ସ୍ୱାଇଁ, ସାହିତ୍ୟକ ବିପିନି ବିହାରୀ ଦଳେଇ, ଡଃ.ଦିଲ୍ଲିପ୍ ସେନାପତି,ବ୍ୟଙ୍ଗକବି ସମ୍ପଦ ରଥ ପ୍ରମୁଖ ଯୋଗ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପଦେଷ୍ଠା ପୁର୍ବତନ ବିଧାୟକ ଜ୍ୟେତିଷ ଚନ୍ଦ୍ର ଦାସ ଉଦଘାଟନ କରିଥିବା ବେଳେ ହିମାଂଶୁ କୁମାର ମହାନ୍ତି, ପ୍ରଶନ୍ନଜିତ୍ ସାହୁ , ଅକ୍ଷୟ କୁମାର ରାଉତ,ବସନ୍ତ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ । ନାଉଗାଁ ଉତ୍ସବର ଦ୍ୱିତୀୟ ସଂନ୍ଧ୍ୟାରେ ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗ ଦେଇ କଳା,ସଂସ୍କୃତି, ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ଓଡିଶା ଆଜି ବିଶ୍ୱ ଦରବାରରେ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପରିଚିତ ହୋଇଛି । ସଂପ୍ରତି ରାଜ୍ୟ ସରକାର ଓଡିଶାର ବିକାଶ ଦିଗରେ ଯେଉଁ ସବୁ ପଦକ୍ଷେପମାନ ଗ୍ରହଣ କରିଛନ୍ତି ତାକୁ ଦୃତଗତିରେ ଆଗେଇ ନେବା ପାଇଁ ସଂକୀର୍ଣ୍ଣ ରାଜନିତିରୁ ଉର୍ଦ୍ଧରେ ରହି ସମସ୍ତଙ୍କ ସହଯେଗା କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ପ୍ରାଧ୍ୟାପକ ଓ ସୁସାହିତିକ ଡଃ ଲଳିତ କୁମାର ଲେଙ୍କା ଯୋଗ ଦେଇ ଏ ମାଟି ହେଉଛି ଏକ ସମୃଦ୍ଧ ମାଟି । ଏହି ମାଟିର ସନ୍ତାନ ସାରଳା ଦାସ ସମଗ୍ର ଓଡିଆ ଜାତିପାଇଁ ଏକ ସ୍ୱତନ୍ତ ପରିଚୟ ସୃଷ୍ଟି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ପୁରୀ ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ ଆଦି ଯୋଗ ଦେଇଥିଲେ । ଶେଷରେ ପରିଷଦର କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଷଦର ସମସ୍ତ ସଦସ୍ୟ ସହେଯାଗ କରିଥିଲେ । ଶେଷରେ ଗୈାରହରୀ ସଂକୀର୍ତନ ମହାମଣ୍ଡଳ ଦ୍ୱାରା ଅନୁଷ୍ଠିତ ସଂକୀର୍ତନ ପ୍ରତିଯୋଗୀତାକୁ ଆନୁଷ୍ଠାନିକ ଭାବେ ବାବା ଦିବ୍ୟକୃଷ୍ଣ ଦାସ ଉଦଘାଟନ କରିଥିଲେ । ଶେଷରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନକୁ ମୂଖ୍ୟ ଅତିଥି ମାନପତ୍ର ଓ ଉତରୀୟ ପ୍ରଦାନ କରିଥିଲେ ।


