କଳାହାଣ୍ଡିରୁ ଦ୍ବିତୀୟ ପଜିଟିଭ୍‌ ଚିହ୍ନଟ

କଳାହାଣ୍ଡି : କଳାହାଣ୍ଡିରୁ ଦ୍ବିତୀୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣକ କଳାହାଣ୍ଡିର ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାପଡିଛି। ସଂସ୍ପର୍ଶରେ ଆସିବା ପରେ ସେ କ୍ବାରେଣ୍ଟିନ୍‌ରେ ଥିଲେ। ପଜିଟିଭ୍‌ ବାହାରିବା ପରେ କଟକ ଅଶ୍ବିନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନମୁନା ପରୀକ୍ଷା ପରେ ତାହା ପଜିଟିଭ୍‌ ଆସିଥିବା ସୂଚନା ମିଳିଛି। ଗତ ରାତ୍ରିରେ ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କଳାହାଣ୍ଡି ଜିଲ୍ଲାର ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଓ ସିଡିଏମ୍‌ଓ। କଳାହାଣ୍ଡି ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଜଗୁ ଅଗ୍ରଓ୍ବାଲ ଏନେଇ ସୂଚନା ଦେଇଛନ୍ତି। କଳାହାଣ୍ଡିର ଦ୍ବିତୀୟ ପଜିଟଭ୍ ଜଣକ କ୍ରିକେଟ ଖେଳିବାବେଳେ ସଂକ୍ରମିତ ହୋଇଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ରାଜ୍ୟରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି । ଗତକାଲି ମଧ୍ୟରାତ୍ରି ପରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଗତ କାଲି ରାଜ୍ୟରେ ମୋଟ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛି। ଗତକାଲି ମୋଟ ୪୦୮ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୪୦୨ ନେଗେଟିଭ ଓ ୬ଟି ପଜିଟିଭ ବାହାରିଥିବାର ରାଜ୍ୟସରକାର ଟୁଇଟ କରି ଜଣାଇଥିଲେ । ରାଜ୍ୟରେ ମୋଟ୍‌ ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ସୁସ୍ଥ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ