କଳାହାଣ୍ଡିରେ କାଳ ବୈଶାଖୀ ଗଛ ପଡି ଗର୍ଭବତୀଙ୍କ ମୃତ୍ୟୁ
କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା । ଏହାର ପ୍ରଭାବରେ
ଜୋରରେ ପବନ ବୋହିବା ସହ ଘଡଘଡି ବର୍ଷା ହୋଇଥିଲା । ପବନ ଯୋଗୁଁ ଅନେକ ସ୍ଥାନରେ ବଡ ବଡ ଗଛ ଗୁଡିକ ଉପୁଡିଯାଇଥିଲା । ଏହାରି ଭିତରେ ଜୁନାଗଡ ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ସହରର ଲକ୍ଷ୍ମୀସାଗର ପଡାର କୌଶଲ୍ୟା ବେହେରା(୨୬) ନାମକ ଜଣେ ଗର୍ଭବତୀଙ୍କ ଉପରେ ଗଛ ପଡିଯିବାରୁ ମୃତ୍ୟୁ ବରଣ କରିଛନ୍ତି। ମହିଳାଙ୍କ ଘର ଉପରେ ଏକ ବିରାଟ ତାଳ ଗଛ ରହିଥିବାବେଳେ ଜୋରରେ ପବନ ଯୋଗୁଁ ଗଛଟି ଘର ଉପରକୁ
ପଡିଯାଇଥିଲା। ଫଳରେ ଗଛ ତଳେ ଚାପି ହୋଇ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପୁଅ ଓ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେହିପରି କାଳବୈଶାଖୀ ଯୋଗୁଁ ଦିର୍ଘ ସମୟ ଧରି ଅଞ୍ଚଳରେ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହିଥିଲା।