କଳାହାଣ୍ଡିରେ ଫୁଟିଲା ପଦ୍ମ
କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଳା ଲୋକସଭା ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ନିର୍ବାଚନରେ ବିପୁଳ ପରିମାଣରେ ବିଜୟ ଲାଭ କରିଛନ୍ତି । ବିଜୟ ଲାଭ ପରେ ବିଜେପିର ଶହ ଶହ ସମର୍ଥକଙ୍କ ସହ ସେ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତୀ ଦେବୀ ମା ମାଣିକେଶ୍ୱରୀ ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଭବାନିପାଟଣା ସହର ପରିକ୍ରମା କରିଥିଲେ । ଏହି ବିଜେପି ରାଲିରେ ଭବାନୀପାଟଣା ବିଧାନସଭା ଆସନର ବିଜେପି ପ୍ର୍ାର୍ଥୀ ପ୍ରଦୀପ୍ତ କୁମାର ନାୟକ ଶହ ବହୁ ନେତା ସାମିଲ ହୋଇଥିଲେ ।