କଳାହାଣ୍ଡି କରୋନା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର : ରାଜ୍ୟର ୪୫ତମ କରୋନା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟି୍ର ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି ।
ବିଭାଗର ଟ୍ୱିଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା୨୦ ବର୍ଷୀୟ ଯୁବକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ମାର୍ଚ୍ଚ ୨୦ ଓ ୨୧ ଅପରାହ୍ନରେ ଯୁବକ ଜଣକ ବେହେରାଗୁଡ଼ା ଗାଁର ସାଙ୍ଗମାନଙ୍କୁ ଭେଟିଥିଲେ । ୨୨ରୁ ୨୪ ମାର୍ଚ୍ଚ ପର୍ଯ୍ୟନ୍ତ ସେ ନିଜ ଘରେ ଥିଲେ । ୨୫ ମାର୍ଚ୍ଚରେ ସେ ଗାଁ ଗ୍ରସରୀ ଦୋକାନରୁ ସଉଦା ଆଣିଥିଲେ । ମାର୍ଚ୍ଚ ୨୬ରୁ ଅପ୍ରେଲ ୩ ପର୍ଯ୍ୟନ୍ତ ସେ କୁଆଡେ଼ ଯାଇନଥିଲେ । ୪ ଅପ୍ରେଲରେ ସେ ବାହାରିନରୁ ଆସିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ଅପ୍ରେଲ ୫ରେ ତାଙ୍କୁ କ୍ୱାରେଂଟିନରେ ରଖାଯାଇଥିଲା । ୯ ଅପ୍ରେଲରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ୧୦ ଅପ୍ରେଲରେ ତାଙ୍କୁ କଟକର ଅଶ୍ୱିନୀ କୋଭିଡ଼ ହସପିଟାଲରେ ଭର୍ତି କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ