କଳାହାଣ୍ଡି ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡl

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତ ରେ ଆସିଥିଲେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିଗତ ୯ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚାଲିଥିବା କେନ୍ଦ୍ର ବିଜେପି ସରକାର ଦେଶର ବିକାଶ ପାଇଁ ନେଇଥିବା ପଦକ୍ଷେପ ସହ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ହୋଇଥିବା ବିକାଶର ଚିଠା ଜନ ସାଧାରଣଙ୍କ ଆଗରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପିନଡ୍ଡା ଖୋଲିଥିଲେ।ଜେପି ନଡ୍ଡା ପ୍ରଥମେ ଭବାନୀପାଟଣା ଜେଲଜ ପଡିଆ ଠାରେ ହେଲିକ୍ୟାପ୍ଟର ଯୋଗେ ଆସି ପହଞ୍ଚିବା ପରେ ପ୍ରଥମେ ମା ମାଣିକେଶ୍ୱରୀଙ୍କ ମନ୍ଦିର କୁ ଯାଇ ଦର୍ଶନ କରିବା ପରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟଠାରେ ବିଜେପି ସମାବେଶ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ଜେପି ନଡ୍ଡା ଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବୈଜନ୍ତ ପଣ୍ଡା ,ସାଂସଦ ବସନ୍ତ ପଣ୍ଡା, ବିଧାୟକ ପ୍ରଦୀପ ନାଏକ,ମୁକେଶ ମହାଳିଙ୍ଗ ପ୍ରମୁଖ ଉପସ୍ଥିତ ରହିଛନ୍ତି। କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କ ରେ ଲୋକଙ୍କୁ ଅବଗତ କରାଇ ନିଜର ଅଭିଭାଷଣ ରଖିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ସହ ଗ୍ରାମାଞ୍ଚଳ କୁ ରାସ୍ତା ନିର୍ମାଣ ସହ କଳାହାଣ୍ଡି ଜିଲ୍ଲାରେ ମେଡ଼ିକାଲ କଲେଜ ପାଇଁ କେନ୍ଦ୍ର ସରକାର ୩ ସହ କୋଟି ଟଙ୍କା ପ୍ରଦାନ କରିଥିବା ନଡ୍ଡା ନିଜ ଅଭିଭାଷଣ ରେ ରଖିଥିଲେ। ପରେ ଟାଉଲ ହଲ ଠାରେ କର୍ମୀଙ୍କୁ ଗୁରୁ ମନ୍ତ୍ରୀ ଦେଇଥିଲେ ନଡ୍ଡା । କିନ୍ତୁ ଏ ସବୁ ଭିତରେ ନଡ୍ଡା ଙ୍କ ଗସ୍ତ ସମୟରେ ଦେଖିବାକୁ ମିଳିଥିଲା ଅବ୍ୟବସ୍ଥା ର ଚିତ୍ର। ଷ୍ଟାଡିୟମ ରେ ଆୟୋଜନ ସମାବେଶ କାର୍ଯ୍ୟକ୍ରମ ରେ ହଜାର ହଜାର ଚୌକି କାଲି ପଡିଥିବା ର ଚିତ୍ର ଦେଖିବାକୁ ମିଳିଥିଲା।ସେହିଭଳି ଟାଉନ ହଲ ଥରେ ଗେଟ ପାସ କୁ ନେଇ କର୍ମୀଙ୍କ ମଧ୍ୟରେ ଟଣା ଓଟରା ର ଚିତ୍ର ଦେଖିବାକୁ ମିଳିଥିବା ବେଳେ ନଡ୍ଡା ମାଣିକେଶ୍ୱରୀଙ୍କ ମନ୍ଦିର ଯିବା ରାସ୍ତାରେ ନାଡ଼ା ଙ୍କ କାର୍ଗେଟ ପାଇଁ ପ୍ରାୟ ୧ ଘଣ୍ଟା ଧରି ଆମ୍ବୁଲାନ୍ସ ଅଟକି ରହିଥିବା ଦେଖିବାକୁ ମିଳିଛି।ତେବେ ନଡ୍ଡା ଙ୍କ ଏହି ଗସ୍ତକୁ ବିରୋଧ କରିଛି କଂଗ୍ରେସ।ଏନେଇ କଂଗ୍ରେସ ନେତା କହିଛନ୍ତି କି ବିଜେପି ଦେଶ ବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଚାଲିଛି।ଆଜି ପର୍ଯ୍ୟନ୍ତ କଳାହାଣ୍ଡି ସାଂସଦ ଜିଲ୍ଲା ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୁରଣ କରିବାରେ ବିଫଳ ହୋଇଛି।ଜୁନାଗଡ଼ ଧର୍ମଗଡ଼ ରେଳ ଲାଇନ ସମ୍ପ୍ରସାରଣ ନେଇ କେନ୍ଦ୍ର ରେଳ ମନ୍ତ୍ରୀ କଳାହାଣ୍ଡି ବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ବର୍ତ୍ତମାନ ସୁଦ୍ଧା ପୁରଣ ହୋଇ ପାରି ନାହିଁ।ଏହାସହ ନର୍ଲା ରେଳ ମରାମତି କାରଖାନା ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ।ସେପଟ ଅହେତୁକ ଦର ବୃଦ୍ଧି ଗରିବଙ୍କ ବେଶ କଷ୍ଟ ଦେଉଥିବା କଂଗ୍ରେସ ଅଭିଯୋଗ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ