କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ବିଇଓଙ୍କୁ ସ୍ମାରକପତ୍ର

କରଞ୍ଜିଆ,(ଜିତେନ୍ଦ୍ର ରାଜ): ରାଜ୍ୟରେ ଗତ ୨୦୧୩ ମସିହା ଠାରୁ ବିଭିନ୍ନ ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା କଳା ଓ କ୍ରୀଡା ଶିକ୍ଷଳ ଓ ଶିକ୍ଷୟିତ୍ରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ବାବି ନେଇ କରଞ୍ଜିଆ ବ୍ଲକରେ କାର୍ଯ୍ୟରତ କଳା ଓ କ୍ରୀଡ଼ା ଶିକ୍ଷକମାନେ କରଞ୍ଜିଆ ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ) ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ୨୦୧୩ ମସିହାରେ ନିଯୁକ୍ତି ପାଇଥିଲେ ସୁଦ୍ଧା ସେମାନଙ୍କୁ ସ୍ଥାୟୀ କରାଯାଇନାହିଁ । କିନ୍ତୁ ୨୦୦୮ ମସିହାରେ ଶିକ୍ଷା ସହାୟଳ, ୨୦୧୭ରେ ଗଣଶିକ୍ଷକ ଓ ୨099 ମସିହାରେ ବହୁଭାଷୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରାୟୀ ନିଯୁକ୍ତି ଦିଆଯାଇଥିବାବେଳେ ସାରା ରାଜ୍ୟରେ ୪୭୮୧ ଜଣ କ୍ରୀଡ଼ା ଓ କଳା ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇନାହିଁ । ତୁରନ୍ତ ସ୍ଥାୟୀ ନିଯୁକ୍ତି ଦାବି କରିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ଏହି ଅବସରରେ ସଂଘର ସଭାପତି ଆଦିତ୍ୟ କୁମାର ଗିରି, ସମ୍ପାଦକ ବିଜୟ କୁମାର ଗିରି, ସଂଯୋଜକ ହୃଷିକେଶ ମହାନ୍ତ, ଉପସଭାପତି ସୁଜିତ କୁମାର ମହାନ୍ତ, ସଞ୍ଜୟ କୁମାର ସାହା,ଦେବାଶିଷ ମହାନ୍ତ, ଧରଣୀଧର ମହାନ୍ତ, ପରମେଶ୍ୱର ଚୌଧୁରୀ, କାଶୀନାଥ ମାରାଣ୍ଡି,ଇତିଶ୍ରୀ ମହାନ୍ତ, ଦିପ୍ତିମୟୀ ମହାନ୍ତ, ମଞ୍ଜୁଶ୍ରୀ ମହାନ୍ତ, ନୀଳକଣ୍ଠ ମହାନ୍ତ, ସୁନୀଲ କୁମାର ମହାନ୍ତ ଉପସ୍ଥିତ ହୋଇ ସ୍ମାରକ ପତ୍ର ପ୍ରଦାନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ