କଳା କଲୀ ବେଶ ରେ ଦର୍ଶନ ଦେଲେ ମା ମଙ୍ଗଳା

ନିମାପଡା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଆଶ୍ୱିନ ମୂଳାଷ୍ଟମୀ ତିଥିରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା ବା ଷୋଳପୂଜା ।ରବିବାର ରାତିରେ ମା ଙ୍କ ନାଲି କଲି ବେଶ ଅନୁଷ୍ଠିତ ହୋଇଥିବାବେଳେ ଆଜି ମା ଙ୍କ କଳାକଲି ବେଶ ଅନୁଷ୍ଠିତ ହୋଇଛି। ଏଥି ସହିତ ମା ଙ୍କୁ ପାଦପଦ୍ମ ଓ ଭୁଜ ଲାଗି କରାଯାଇଛି।ଆଜି ମାତୃଭକ୍ତ ମାନେ ମାଙ୍କୁ ଏହି ବେଶ ରେ ଦର୍ଶନ କରିଥିଲେ । ମଙ୍ଗଳବାର ସଂଧ୍ୟା ରେ ମା ଙ୍କ ତୀର କମାଣ ବା ରଘୁନାଥ ବେଶ, ବୁଧବାର ସଂଧ୍ୟା ରେ ମା ଙ୍କ କାତିଖର୍ପର ବା କାତାୟନୀ ବେଶ, ଗୁରୁବାର ରାତିରେ ପ୍ରସିଦ୍ଧ ସିଂହ ବାହିନୀ ଵେଶ, ସୋମବାର ମହାଷ୍ଟମୀ ରାତିରେ ମା ଙ୍କ ମହିଷାମଦ୍ଧିନୀ ବେଶ, କୁଷ୍ମାଣ୍ଡ ବଳି , ମଙ୍ଗଳବାରଦିନ ମା ଙ୍କ ମହାସ୍ନାନ, ଶାନ୍ତିହୋମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ମା ଙ୍କ ସେବକ କମଳ ଲୋଚନ ଦୀକ୍ଷିତ ପ୍ରକାଶ କରିଛନ୍ତି । ଅକ୍ଟୋବର୨୪ ତାରିଖ ରେ ବିଜୟା ଦଶମୀ ଅବସର ରେ ଦଶହରା ଉତ୍ସବ ସହିତ ହରଦୂର୍ଗା ଭେଟ ଅନୁଷ୍ଠିତ ହୋଇ ମା ମଙ୍ଗଳା ଙ୍କ ଶାରଦୀୟ ପାର୍ବଣ ପୂଜାର ପରିସମାପ୍ତି ଘଟିବ।ଶାରଦୀୟ ପାର୍ବଣ ପୂଜା ପାଇଁ କାକଟପୁର ଅଞ୍ଚଳ ଓ ମା ମଙ୍ଗଳା ଙ୍କ ମନ୍ଦିର ଉତ୍ସବ ମୁଖର ହୋଇଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ