କଳା ପଲ୍ସରରେ ଆସି ଲୁଟିନେଲେ ସୁନା ଅଳଙ୍କାର

ପିପିଲି (ଜୁଗାବ୍ଦ ନ୍ୟୁଜ୍‍): ଉତ୍ତର ଫାଣ୍ଡି ଅଧିନ ଉତ୍ତରାଶାସନ ପେଟ୍ରୋଲ ପମ୍ପ ନିକଟ ନିୟୁ କଲୋନୀର ଶରତ ଚନ୍ଦ୍ର ରାୟ ଭୁବନେଶ୍ୱର ଲକ୍ଷ୍ମୀସାଗରରୁ ବ୍ୟାଙ୍କରେ ରଖିଥିବା ସୁନା ଅଳଙ୍କାର ଆଣି ଘରକୁ ଫେରିଥିଲେ । ଦିନ ୧୨ଟାବେଳେ ଘର ପାଖରେ ଗାଡ଼ି ରଖି ଡିକିରୁ ସୁନା ଅଳଙ୍କାର କାଢ଼ିଲାବେଳେ ଏକ କଳା ପଲ୍ସର୍ରେ ଦୁଇ ଜଣ ଯୁବକ ଆସି ସେହି ସୁନା ଅଳଙ୍କାରକୁ ଝାମ୍ପ୍ି ନେଇ ଦ୍ରୁତଗତିରେ ପଳାଇଥିଲେ । ଲୁଟ୍ ସୁନା ଅଳଙ୍କାର ୫ ଲକ୍ଷ ଟଙ୍କାର ହେବ ବୋଲି ଜଣାପଡ଼ିଛି । ଏ ନେଇ ଶରତ ଉତ୍ତରା ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଫାଣ୍ଡି ଅଧିକାରୀ ଅଶୋକ କୁମାର ଗୋଚ୍ଛାୟତ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ