କଳିଗାଁ ହାଇସ୍କୁଲରେ ଅବସର କାଳୀନ ଦିଆଗଲା ସମ୍ବର୍ଦ୍ଧନା ଉତ୍ସବ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କଳିଗାଁ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ବାସନ୍ତୀ କୁମାରୀ ସାହୁ, କାଯ୍ୟଳୟ ସହାୟକ ଗିରିଧାରୀ ଦାସ ଓ ଅଚ୍ୟୁତାନନ୍ଦ ଦାସଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ କାଳୀନ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି l ପ୍ରାରମ୍ଭରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଶିକ୍ଷୟିତ୍ରୀ ଓ ସହକର୍ମୀଙ୍କ ଘରକୁ ଯାଇ ସେଠାରୁ ଏକ ଶୋଭାଯାତ୍ରାରେ ସ୍କୁଲ ନିକଟକୁ ପାଛୋଟି ଆଣିଥିଲେ। ପରେ ପୁର୍ବତନ ପ୍ରଧାନ ଶିକ୍ଷକ ରତ୍ନାକର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଇଓ ଓଁକାର ଅନ୍ୱେଷ, ମୁଖ୍ୟ ବକ୍ତା ଭାବେ ଭୋଗରାଇ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳ ଲୋଚନ ବିଶ୍ୱାଳ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରିମୋଦ କୁମାର ନାୟକ, କଳିଗାଁ ସରପଞ୍ଚ ହେମଲତା ଯେନା,ପ୍ରାକ୍ତନ ଅତିରିକ୍ତ ସହ ଗୋଷ୍ଠୀଶିକ୍ଷା ଅଧିକାରୀ ବିନୋଦ କୁମାର ରାଉତ, ପୁରାତନ ଶିକ୍ଷକ ବିଜୟ କୁମାର ଯେନା, କେନ୍ଦୁଝର ଅଲଓଷ୍ଟା ସଭାପତି ଅଭୟ କୁମାର ଯେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜ୍ଞାନେନ୍ଦ୍ର କୁମାର ଦେଓ, କେନ୍ଦୁଝର ଓଷ୍ଟା ଉପ ସଭାପତି ରଞ୍ଜନ କୁମାର ଘଡେଇ, ଡଅଁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ପ୍ରାକ୍ତନ ସହକାରୀ ଶିକ୍ଷକ ନବ କୁମାର ଲେଙ୍କା, ପ୍ରାକ୍ତନ ଶିକ୍ଷକ ଭଗବାନ ମିଶ୍ର, ହାଟଡିହି ଓଷ୍ଟା ସମ୍ପାଦକ ଶିଶିର କୁମାର ବିଶ୍ୱାଳ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଶ୍ୱମ୍ବର ମହାପାତ୍ର ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷୟତ୍ରୀ ଙ୍କ ଗୁଣଗାନ କରିବା ସହ ଅବସର ଜୀବନ ସୁଖ ଶାନ୍ତିରେ କଟୁ ବୋଲି ପାର୍ଥନା କରିଥିଲେ । ଏହି ଅବସରରେ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରଯାଇଥିଲା। କାର୍ଯ୍ୟକ୍ରମରେ ଆଖପାଖ ବିଦ୍ୟାଳୟର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ପଲେଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରମାକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ପରେଶ କୁମାର ପରିଡ଼ା, ରବିନ୍ଦ୍ର କୁମାର ସେଠୀ, ଦିବ୍ୟପ୍ରକାଶ ରାଉତ, ଅର୍ଜମା ଅର୍ଚିତା ପତି, ମହିମାମୟୀ ପଲେଇ, ଦେବାଶିଷ ଜେନା, ସାଗର କୁମାର ଜେନା, ସନ୍ଧ୍ୟାରଣି ମହାରଣା, ନିବେଦିତା ଦାସ, ପ୍ରମୋଦ କୁମାର ବେହେରା, ଟୁକୁନା ବେହେରା, ପ୍ରିୟଙ୍କା ସେନାପତି, ନିରାକାର ସେଠୀ, ଯତୀନ୍ଦ୍ର ଦେଓ, ଶୁଶାନ୍ତ ସୁତାର, ଗୋଲଖ ଚନ୍ଦ୍ର ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯକ୍ରମ ପରିଚାଳନା କରିଥିଲେ।